ଶିକ୍ଷକ ସଂଘ ତରଫରୁ ଏବିଇଓଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଭାବରେ ସିନାପାଲିରେ ଯୋଗଦାନ କରିଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଭାତ କୁମାର ପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଛି । ସିନାପାଲି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପରିସରରେ ଅନୁଷ୍ଠିତ ଏହି ସ୍ୱାଗତ ସମ୍ୱର୍ଦ୍ଧନାରେ ଜିଲ୍ଲା ଶିକ୍ଷକ ସଂଘ ସଭାପତି ଯଶୋବନ୍ତ ପଣ୍ତା, ଉପସଭାପତି ଭରତ ବାଗ, ସଂପାଦକ ଧନୁ ବାଗ, ଯୁଗ୍ମସଂପାଦକ ହୃଦାନନ୍ଦ ମେହେର, ଖଡ଼ିଆଳ ବ୍ଲକ ସଭାପତି ରୂପା ବାଗ, ସଂପାଦକ ଚଂଦ୍ର କୈବର୍ତ୍ତ, ସିନାପାଲି ବ୍ଲକ ସଭାପତି ପ୍ରସନ୍ନ ମାଝୀ, ଉପସଭାପତି ଅରୁଣ ଯୋଷୀ, ସଂପାଦକ ବୈଷ୍ଣବ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶିକ୍ଷା ଓ ଶିକ୍ଷକଙ୍କ ବିଭିନ୍ନ ସମସ୍ଯା ଏବଂ ଏହାର ସମାଧାନକୁ ନେଇ ଶିକ୍ଷକ ନେତୃମଣ୍ତଳୀ ଓ ଏବିଇଓଙ୍କ ମଧ୍ଯରେ ଆଲୋଚନା ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.