‘କଳା ହେଉଛି ସମାଜର ଦର୍ପଣ’

ସଫଳତାର ସହ ସମାପନ ହେଲା ସପ୍ତମ ଜାତୀୟ କଳା ପ୍ରଦର୍ଶନୀ

ଓଡ଼ିଆ ବାର୍ତ୍ତା/ ଯୋଧପୁର: ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ୍ ଆର୍ଟ ଆଣ୍ଡ କଲଚରର ସପ୍ତମ ବାର୍ଷିକ ଜାତୀୟ କଳା ପ୍ରଦର୍ଶନୀ ସମାପ୍ତି ସମାରୋହ ୨୨ ମଇ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କଳା ପ୍ରଦର୍ଶନୀରେ ଦେଶର ୧୦୦ ଟି କଳାକୃତି ପ୍ରଦର୍ଶିତ ହୋଇଥିଲା । ପୁରସ୍କାର ବିତରଣ ପୂର୍ବରୁ, ସକାଳ ୧୦ ଟାରେ ପୁଣେର ବିଶିଷ୍ଟ ଜଳ ରଙ୍ଗ ଚିତ୍ରକର ରାହୁଲ ରାନାଡେ ଜଳ ରଙ୍ଗ ବିଷୟରେ ବିଶେଷ ଜ୍ଞାନ ପ୍ରଦାନ କରୁଥିବା ସୁନ୍ଦର ଚିତ୍ର ଆଙ୍କିଥିଲେ । ଉପସ୍ଥିତ କଳାକାର ଏବଂ ଛାତ୍ରମାନେ ଏହି ଚିତ୍ରରୁ ବହୁତ କିଛି ଶିଖିବାକୁ ପାଇଥିଲେ ।

ଏହି ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଧପୁର ବିଧାୟିକା ମନୀଷା ପାନୱାର ଉପସ୍ଥିତ ଥିଲେ । ସେ କହିଛନ୍ତି ଯେ, କଳା ହେଉଛି ସମାଜର ଦର୍ପଣ । ଜଣେ କଳାକାର ତାଙ୍କ ଚାରିପାଖରେ ଥିବା ପରିସ୍ଥିତିରୁ ପ୍ରେରଣା ନେଇ କାନଭାସ୍ ଆଙ୍କନ୍ତି । କେ.ଏନ୍ କଲେଜର ବରିଷ୍ଠ ଭିଜୁଆଲ୍ ଆର୍ଟ ଶିକ୍ଷୟିତ୍ରୀ ରିତୁ ଜୋହରୀ ଏବଂ ରାଜମାତା ବିଦ୍ୟାଳୟର ଅଧ୍ୟକ୍ଷା ନୀରା ସିଂ ମଧ୍ୟ ଅତିଥି ଭାବରେ ଏହି ଉଦଜାପନୀ ସମାରୋହରେ ଉପସ୍ଥିତ ଥିଲେ।


ଏହି ପୁରସ୍କାର ବିତରଣ ସମାରୋହରେ ଜୟପୁରର ପ୍ରସିଦ୍ଧ କଳାକାର ବିଦ୍ୟାସାଗର ଉପାଧ୍ୟାୟଙ୍କ ନାମ ଇଏଫଏସି “ସୃଜନ ସମ୍ମାନ” ଜୀବନ ବ୍ୟାପୀ କଳା ସାଧନା ପାଇଁ ନାଁ ଘୋଷଣା କରାଯାଇଥିଲା । ତାଙ୍କ ଅନୁପସ୍ଥିତି ହେତୁ ଏହି ପୁରସ୍କାର ତାଙ୍କୁ ତାଙ୍କ ବାସଭବନରେ ପ୍ରଦାନ କରାଯିବ । ୨୨ଜଣ କଳାକାରଙ୍କୁ ଇଏଫଏସି ବାର୍ଷିକ ପୁରସ୍କାର ଭାବରେ ବିଭିନ୍ନ ବର୍ଗରୁ ନଗଦ ପୁରସ୍କାର, ସ୍ମୃତିଫଳକ, ମାନପତ୍ର ଏବଂ ପ୍ରଦର୍ଶନୀ ପୁସ୍ତିକା ପ୍ରଦାନ କରାଯାଇଥିଲା । ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ବାଲେଶ୍ବରରୁ ଅର୍ଚ୍ଚନା ଜେନା , ଭୋପାଳର ରାକେଶ କୁମାର ସୋନି, ଚଣ୍ଡିଗଡ଼ର ଲକ୍ଷ୍ମୀନ୍ଦର ସିଂ, ଦିଲ୍ଲୀର ଡକ୍ଟର ନୀରଜା ଚାନ୍ଦନା ପିଟର୍ସ, ହରିୟାଣାର ବିଭୂ ରଂଜନ ମହାନ୍ତି, ଛତିଶଗଡରୁ ସାହିଲ କୁମାର, ମୁମ୍ବାଇର ଦିଲୀପ ଦେବଦାସ କୋସୋଡ, ଜୋଧପୁରରୁ ଦେବବ୍ରତ ଦେ, ଅଗ୍ରୀମା ଅଗ୍ରୱାଲ ପ୍ରମୁଖ ଅଛନ୍ତି ।

ଇଷ୍ଟର୍ଣ୍ଣ ଫାଉଣ୍ଡେସନ ସଂଗଠନ ତରଫରୁ ସହଯୋଗ ପାଇଁ ରାହୁଲ ରାନାଡେ, ଟିକମ ଖଣ୍ଡପ୍ପା, କିଶୋର ନାୟକ ଏବଂ ପବିତ୍ର ଦତ୍ତଙ୍କୁ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା । ସୟଦ ମେହେର ଅଲି ଆବାସି, ରାମ ଜୀ ଭିୟସ, ଲାଲ ସିଂ ଭାଟି, ହରି ସିଂ ଭାଟି, କେଶବ ବର୍ଣ୍ଣୋତି, ଦୀପିକା ଶ୍ରୀବାସ୍ତବ, ଲକ୍ଷିତ ସୋନି, ରତନ ସିଂ ରାଜପୁରୋହିତ, ଅଜୟ ସିଂ ରାଜପୁରୋହିତ, ସୁରେନ୍ଦ୍ର ସିଂ, ବିନିତା ଲୋହରା, ପ୍ରମୋଦ ପ୍ରଜାପତ, ସମ୍ୟା ଶର୍ମା ଉପସ୍ଥିତ ଥିଲେ । ପ୍ରଦୀପ କୁମାରଙ୍କ ସମେତ ୧୦୦ ରୁ ଅଧିକ କଳାକାର ଏଥିରେ ଅଂଶଗ୍ରହଣ କରିଥିଲେ ।


ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଛାତ୍ର ନିଶା ରାଠୋଦ ଏବଂ ଉଦାନ୍ତିକା ବେଦଲା ପରିଚାଳନା କରିଥିଲେ । ବିଷ୍ଣୁ, ରିଦ୍ଧି ମେହେଟ୍ଟା, ବିଦ୍ୟା ବିନ୍ଦଲ, ଖୁସି ଭାଟି ଏବଂ ଶୋବା ତାଙ୍କୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜକ ୟାଟିଶ କାସାରାଗୋଡ ସୁଚାରୁ ରୂପେ ପରିଚାଳନା କରିଥିଲେ । ଇଷ୍ଟର୍ଣ୍ଣ ଫାଉଣ୍ଡେସନର ସଭାପତି ପ୍ରଦୀପ୍ତ କିଶୋର ଦାସ ସମସ୍ତ ଅଂଶଗ୍ରହଣକାରୀ, ପୁରସ୍କାର ବିଜେତା, ଭଦ୍ରବ୍ୟକ୍ତି ଏବଂ ରାଜମାତା ବାଳିକା ପବ୍ଲିକ ସ୍କୁଲ ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ । ସମସ୍ତଙ୍କ ସହଯୋଗରେ ସପ୍ତମ ଜାତୀୟ କଳା ମହୋତ୍ସବ ୨୦୨୨ ସଫଳତାର ସହ ସମାପନ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.