କୋକସରା ବ୍ଲକ ସାମ୍ବାଦିକ ସଂଘ ଗଠିତ

• ଶରତ ରାଉତ ସଭାପତି, ସନତ ପ୍ରଧାନୀ ସଂପାଦକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମୋଟେର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ କୋକସରା ବ୍ଲକର କାର୍ଯ୍ୟରତ ପ୍ରିଣ୍ଟ, ବୈଦ୍ୟୁତିକ, ୱେବ ମିଡ଼ିଆ ସାମ୍ବାଦିକ ସମୂହଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସୁଧାରାମ ସରାଫଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ବୈଠକରେ କୋକସରା ବ୍ଲକର ନୂତନ ସାମ୍ବାଦିକ ସଂଘ ଗଠନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ସର୍ବ ସମ୍ମତି କ୍ରମେ କୋକସରା ବ୍ଲକ ସାମ୍ବାଦିକ ସଂଘ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ଉପ ସଭାପତି ଭାବରେ ଚକ୍ରଧର ବେଶ୍ରା, ସମ୍ପାଦକ ସନତ କୁମାର ପ୍ରଧାନୀ, ସହ ସମ୍ପାଦକ ହିରଣ୍ୟ ବେହେରା, କୋଷାଧ୍ୟକ୍ଷ ବିନୋଦ କୁମାର ପଟେଲ, ମିଡ଼ିଆ ସେଲ ପ୍ରଭାରୀ ଜଗଦୀଶ ନାଏକ ଓ ସାଙ୍ଗଠନିକ ସମ୍ପାଦକ ଦୁଷ୍ମନ୍ତ କୁମାର ପାଟଯୋଶୀ ମନୋନୀତ ହୋଇଥିଲେ । ସଂଘର ଉପଦେଷ୍ଟା ଭାବେ ସୁଧାରାମ ସରାଫ ଓ ଭଦ୍ରାଞ୍ଚଳ ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି । ଜଗା ପଟ୍ଟନାୟକ ବଂଶୀଧର ବେଶ୍ରା, ଦେବେନ୍ଦ୍ର ସାଗର, ତୁଲାରାମ ବେହେରା, ଧର୍ମେନ୍ଦ୍ର ଦାସ, ବସନ୍ତ ସରାବୁ, ତ୍ରିଲୋକ୍ୟ ବେଶ୍ରା, ରାଧାକାନ୍ତ ହଂସ, ଯୋଗେନ୍ଦ୍ର ବାରିକ, ପ୍ରଦୀପ କୁମାର ସିଂ ପ୍ରମୁଖ ସଂଘର ସକ୍ରିୟ ସଦସ୍ୟ ଅଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.