ଭକ୍ତିମୟ ପରିବେଶ ମଧ୍ୟରେ ତୁଳାପଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ଆଜି ୨୪ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୂତି ପଡିଲା

ଓଡ଼ିଆ ବାର୍ତ୍ତା / କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ସଂପୂର୍ଣ୍ଣ ବୈଦିକ ରୀତିନୀତି ଅନୁସାରେ ନର୍ଲା ବ୍ଲକ ତୁଳାପଡା ବସ୍ତି ମଧ୍ୟରେ ରହିଥିବା ନବନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସମାପନ ହୋଇଯାଇଛି । ଗତ ୯ ଦିନ ବ୍ୟାପୀ ଚାଲିଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ହୋମ ଯଜ୍ଞାଦି ଅନବରତ ଚାଲିଥିଲା । ମଇ ୨୦ରେ ଚତୁର୍ଦ୍ଧାମୂର୍ତ୍ତି ସିଂହାସନ ବିଜେ କରିଥିବା ବେଳେ ଉକ୍ତ ଦିନ ହିଁ ଆରମ୍ଭ ହୋଇଥିଲା ଚବିଶ ପ୍ରହର ନାମଯଜ୍ଞ । ମଇ ୨୦ ରୁ ୨୩ ସକାଳ ପର୍ଯ୍ୟନ୍ତ ଅଖଣ୍ଡ ନାମଯଜ୍ଞ ଚାଲିବା ପରେ ଆଜି (ମଇ ୨୦) ପ୍ରାତଃ ୬ ଘଣ୍ଟା ସମୟରେ ଏହାର ପୂର୍ଣାହୂତି ପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତ ୧୫/୫ ରେ ଏନେଇ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ୧୬/୫ ସକାଳୁ ଆରମ୍ଭ ହୋଇଯାଇଥିଲା ହୋମଯଜ୍ଞ । ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଶୁକ୍ରବାର ସକାଳ ୬ ଘଣ୍ଟା ସମୟରୁ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପରିସରରେ ଅନବରତ ଚାଲିଥିଲା ହୋମଯଜ୍ଞ ।ଗତ ୨୦/୬ ସକାଳ ୬ ଘଣ୍ଟାରୁ ଆରମ୍ଭ ହୋଇଥିଲା ୨୪ ପ୍ରହର ନାମଯଜ୍ଞ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗତ ୧୬/୫ ସୋମବାର ଯଜ୍ଞାରମ୍ଭ ହୋଇଥିବା ବେଳେ ୧୭/୫ ତୋରଣାଦି ସ୍ଥାପନ, ୧୮/୫ ବୁଧବାର ପାର୍ଶ୍ଵ ଦେବାଦେବୀଙ୍କ ନ୍ୟାସ ଓ ମନ୍ଦିର ଶୌଦ୍ଧ, ୧୯/୫ ଗୁରୁବାର ସିଂହାସନ ନ୍ୟାସ, ଶିଳାନ୍ୟାସ ଓ ଯୁପ ସ୍ଥାପନ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨୦/୫ ଶୁକ୍ରବାର ନୀଳଚକ୍ର ଓ ଦଧିନଉତି ସ୍ଥାପନ, ଧ୍ୱଜା ଉତ୍ତୋଳନ, ନାମଯଜ୍ଞ ଆରମ୍ଭ, ମହାପ୍ରଭୁ ସିଂହାସନ ବିଜେ କରିଥିଲେ । ଆଜି ୨୩/୫ ସୋମବାର ପୂର୍ଣ୍ଣାହୂତି ଓ କର୍ମସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ ତୁଳାପଡା ବସ୍ତି ଭିତରେ ରହିଥିବା ବହୁ ପୁରାତନ ୧୯୫୨ ମସିହାର ଜଗନ୍ନାଥ ମନ୍ଦିର ସମୟ କ୍ରମେ ଜରାଶିର୍ଣ୍ଣ ହୋଇ ପରିତ୍ୟକ୍ତ ହୋଇ ପଡିଥିଲା । ୨୦୦୨ରେ ପୁରାତନ ମନ୍ଦିରକୁ ଭାଙ୍ଗି ମନ୍ଦିର ପରିଚାଳନା କମିଟିର ଉଦ୍ୟମ କ୍ରମେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇ ଏହାର ପ୍ରତିଷ୍ଠା ଉତ୍ସବ ୯ ଦିନ ବ୍ୟାପୀ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ତୁଳାପଡା ସମିତି ସଦସ୍ୟ ତଥା ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି (ମୁନ୍ନା) ଓତଃପ୍ରୋତ ଭାବରେ ସାମିଲ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହାବାଦ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ମଧ୍ୟରେ ପ୍ରତିଦିନ ମଞ୍ଚ ଉପରେ ପ୍ରବଚନ ଓ ପାରାୟଣ ଓ ସାମୁହିକ ପ୍ରସାଦ ସେବନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ମନୋରଞ୍ଜନ ପାଇଁ ମନ୍ଦିର ପାର୍ଶ୍ୱରେ ମୀନାବଜାର ମଧ୍ୟ ଆରମ୍ଭ ଦିନରୁ ଚାଲିଥିଲା ।

Udyog Nursery
Udyogi Nursery

ତୁଳାପଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯଜ୍ଞକର୍ତ୍ତା ଭାବରେ ଶ୍ରୀମତୀ ଅହଲ୍ୟା ନାୟକ ଓ ନିର୍ମଳ ନାଏକ ଦମ୍ପତି ଦାଇତ୍ୱ ନିର୍ବାହନ କରିଥିବା ବେଳେ ମୁଖ୍ୟ ଆଚାର୍ଯ୍ୟ ଭାବରେ ବ୍ରହ୍ମା ପଣ୍ଡିତ ଲକ୍ଷ୍ମଣ ଷଢଙ୍ଗୀ ଯଜ୍ଞ ପରିଚାଳନା କରୁଥିଲେ । ସହଯୋଗୀ ଆଚାର୍ଯ୍ୟ ଭାବରେ ସାରଙ୍ଗଧର ଷଢଙ୍ଗୀ, ନାରାୟଣ ଷଢଙ୍ଗୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କଳ୍ପତରୁ ପାଢୀ, ଆଷୁତୋଷ ଷଢଙ୍ଗୀ, ଆଷୁତୋଷ ପାଢୀ, ମନୋଜ କୁମାର ଷଢଙ୍ଗୀ, ରବିନ୍ଦ୍ର ଷଢଙ୍ଗୀ, ମୁନ୍ନା ପାଢୀ, ଶିବପ୍ରସାଦ ତ୍ରିପାଠୀ ପ୍ରମୁଖ ଆଚାର୍ଯ୍ୟ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ । ପରିଚାଳନା କମିଟି ପକ୍ଷରୁ ଯଜ୍ଞ ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା । ହୃଷିକେଶ ନାଏକ, ସନ୍ତୋଷ ନାୟକ, ଯତୀନ ନାଏକ, ଡମ୍ବରୁଧର ନାଏକ, ସନକ ସାହୁ, ରାଧାକାନ୍ତ ସାହୁ, ନେତ୍ରାନନ୍ଦ ନାଏକ, ଦ୍ରୋଣ ନାଏକ ତଥା ତୁଳାପଡାର ଯୁବଗୋଷ୍ଠୀ ଓ ବରିଷ୍ଠ ବ୍ୟକ୍ତି ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.