ଦ୍ବିତୀୟ ଥର ପାଇଁ ପିସିସି ସଭାପତି ହେଲେ ବରିଷ୍ଠ ନେତା ଶରତ ପଟ୍ଟନାୟକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଏଆଇସିସି ପକ୍ଷରୁ ନୂତନ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ନିଯୁକ୍ତ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭାବେ ନିଯୁକ୍ତି ମିଳିଛି । ଏ ସଂକ୍ରାନ୍ତରେ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଘୋଷଣା ପରେ ଦୀର୍ଘ ଦିନରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପଦକୁ ନେଇ ହୋଇଆସୁଥିବା ଚର୍ଚ୍ଚାର ଅନ୍ତ ଘଟିଛି । ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ ଶରତ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପିସିସି ସଭାପତି ଭାବେ ନିଯୁକ୍ତି ଦେଇଥିବାରୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ‌ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଉଛି । କଂଗ୍ରେସ କର୍ମୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ତାଙ୍କୁ କଂଗ୍ରେସରେ ବଡ଼ ଦାୟିତ୍ବ ମଳିଛି । ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବୁ । ସମସ୍ତଙ୍କୁ ନେଇ ନିର୍ବାଚନରେ ଲଢ଼ିବୁ । ସେ କହିଛନ୍ତି ଯେ, ସଂଗଠନକୁ ମଜବୁତ କରାଯିବ । ୨୦୨୪ ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତ ପ୍ରସ୍ତୁତ କରିବୁ ଏବଂ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀ ପଟ୍ଟନାୟକ ପୂର୍ବରୁ ମଧ୍ୟ ପିସିସି ସଭାପତି ଭାବେ କାର୍ଯ୍ୟ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.