ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆମପାଣି ଥାନା ପୋଲିସ ଅତର୍କିତ ଚଢ଼ାଉ କରି ୧୫ ଲିଟର ଦେଶୀ ମଦ ସହିତ ଗୋଟିଏ ଦେଶୀ ବନ୍ଧୁକ ଜବତ କରିବା ସହ ଧୋବେନ ଚଞ୍ଚରା ଗ୍ରାମର ପଦୁ ଚଲାନ ନାମକ ଜଣେ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିଛି । ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଏହି ଟିମ୍ ଚଢ଼ାଉ କରିଥିଲେ । ଏହି ଚଢାଉ ବେଳେ ଏଏସ୍ଆଇ ମନୋଜ କୁମାର ନାଏକଙ୍କ ସହ ଏକ ଟିମ ସାମିଲ ଥିଲେ ।