ଦ୍ୱିତୀୟ ପର୍ଯ୍ୟାୟ ରକ୍ଷକ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ରାଜ୍ୟ ପରିବହନ ପ୍ରାଧିକରଣ ଓ ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲାର ଦେଓଘାଟି ଉଚ୍ଚ ବିଦ୍ୟାଳୟ ପରିସରରେ ଦ୍ୱିତୀୟ ପର୍ଯ୍ୟାୟ ରକ୍ଷକ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ହୋଇଯାଇଛି। କୋରାପୁଟ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବେଟି ଓ ମୋଟର ଯାନ ନିରୀକ୍ଷକ ଚନ୍ଦ୍ରା ବିଶ୍ୱାସ ଯୋଗଦାନ କରି ରକ୍ଷକ ପ୍ରଶିକ୍ଷଣର ଆଭିମୁଖ୍ୟ, ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ, ମୋଟର ଯାନ ଆଇନର ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ କାର୍ଯ୍ୟକ୍ରମ ସଂଯୋଜକ ତଥା ପ୍ରଶିକ୍ଷକ ଯଜ୍ଞେଶ୍ବର ପଣ୍ଡା ପ୍ରଶିଷଣର ବିଭିନ୍ନ ଦିଗ, ପ୍ରଶିକ୍ଷଣ ଶିବିରରୁ ଶିକ୍ଷା କରିଥିବା ଜ୍ଞାନ କୌଶଳକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରି ଆହତ ବ୍ୟକ୍ତିକୁ ପ୍ରାଥମିକ ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ ପ୍ରଶିକ୍ଷ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହରେକୃଷ୍ଣ ମହାରଣା, ତପନ କୁମାର ପରିଡ଼ା ଏବଂ ପ୍ରିୟଦର୍ଶିନୀ ପରିଡା ପ୍ରଶିକ୍ଷକ ଭାବେ ଯୋଗଦାନ କରି ପ୍ରଶିକ୍ଷ୍ୟାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ସମୀର ରଞ୍ଜନ ରାୟ ଓ ସଞ୍ଜୟ କୁମାର ପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ୩୯ ଜଣ ପ୍ରଶିକ୍ଷ୍ୟାର୍ଥୀ ତାଲିମ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.