ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳ ପରେ ଏବେ ପ୍ଲାଷ୍ଟିକ ଚାଉଳ

ଅବିଭାବକ ମହଲରେ ତୀବ୍ର ଅସନ୍ତୋଷର ବାତାବରଣ, ଯଥାଶୀଘ୍ର ଉନ୍ନତମାନର ଚାଉଳ ଯୋଗାଇବାକୁ ଦାବି

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): ପୋକରା ଚାଉଳ ପରେ ଏବେ ପୁଣି ପ୍ଲାଷ୍ଟିକ ଚାଉଳ । ତାହା ପୁଣି ମଧ୍ୟାହ୍ନ ଭୋଜନରେ । ଏ ହେଉଛି ମଧ୍ୟାହ୍ନ ଭୋଜନ ପାଇଁ ପିଲାଙ୍କୁ ଦିଆଯାଉଥିବା ଚାଉଳ । ଯେଉଁଥିରେ ପ୍ଲାଷ୍ଟିକ ଚାଉଳ ଥିବା ଅଭିଯୋଗ ହୋଇଛି । ଏଭଳି ଅପମିଶ୍ରିତ ଚାଉଳ ଖାଇଲେ କଣ ପିଲାଙ୍କୁ ପୌଷ୍ଟିକ ତତ୍ତ୍ୱ ମିଳିବ ? ଏଭଳି ଅପମିଶ୍ରିତ ଚାଉଳରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି କନ୍ଧମାଳରେ ।

Omkar Vasthu
Omkar Vasthu


କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅପମିଶ୍ରିତ ଚାଉଳରେ ରୋଷେଇ କରାଯାଉଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଅଭିଭାବକ ମହଲରେ ଦେଖିବାକୁ ମିଳିଛି ଅସନ୍ତୋଷ । ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଜଣଙ୍କ ପିଛା ଶହେ ଗ୍ରାମ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଜଣଙ୍କ ପିଛା ୧୫୦ ଗ୍ରାମ ଚାଉଳ ଦେବାକୁ ନିର୍ଦ୍ଦେଶ ରହିଛି । ଏଭଳି ସ୍ଥିତିରେ ଅପମିଶ୍ରିତ ଚାଉଳ ରୋଷେଇ କରାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏନେଇ ଯୁଗାପଦର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅକ୍ଷୟ ନାୟକଙ୍କୁ ପଚାରିବାରୁ ଯେଉଁ ଚାଉଳ ଆସିଛି ତାହା ରୋଷେଇ କରାଯାଉଛି, ଯେଉଁ ଅଭିଯୋଗ ଆସିଛି ଏନେଇ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ ।


ସେପଟେ ଘଟଣା ସମ୍ପର୍କରେ କ.ନୂଆଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତନ୍ୟ କହଁର କହିଛନ୍ତି ଯେ ଏନେଇ ଆମ ପାଖକୁ କୌଣଶି ଅଭିଯୋଗ ଆସିନାହିଁ । ଆପଣଙ୍କ ନିକଟରୁ ଆମେ ଶୁଣିବାକୁ ପାଇଲୁ । ଏଥିରେ ଆମର କୌଣସି ଭୁଲ୍ ନାହିଁ । ଯୋଗାଣ ବିଭାଗ ପକ୍ଷରୁ ଯେଉଁ ଚାଉଳ ଆସିଛି ଆମେ ତାହା ପିଲାଙ୍କୁ ଦେଉଛୁ । ଅଭିଯୋଗ ପ୍ରକାରେ ଘଟଣା ସମ୍ପର୍କରେ ଆମେ ଆମ ଉପସ୍ଥିତି ଅଧିକାରୀଙ୍କୁ ଜଣାଇବୁ ଏବଂ ଏହାର ତଦନ୍ତ କରି ସମସ୍ୟାର ସମାଧାନ କରିବୁ ବୋଲି କହିଛନ୍ତି । ଅନ୍ୟପଟେ ପୂର୍ବରୁ ଏମିତି ପୋକରା ଚାଉଳ ମଧ୍ୟ ମିଳିଛି ଏବେ ପୁଣି ଅପମିଶ୍ରିତ ଚାଉଳ । ଏଣୁ ଯଥାଶୀଘ୍ର ଉନ୍ନତମାନର ଚାଉଳ ଯୋଗାଇ ଦେବାକୁ ଦାବି କରିଛନ୍ତି ଅଭିଭାବକ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.