୨୫ ମଇ: କେସିଙ୍ଗାରେ ଭାରତ ବନ୍ଦ ର ପ୍ରଭାବ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ରାଷ୍ଟ୍ରିୟ ପଛୁଆବର୍ଗ ମୋର୍ଚ୍ଚା ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି । କଳାହାଣ୍ଡି ଜିଲ୍ଲାରେ ଭାରତ ବନ୍ଦ ର ମିଶ୍ର ପ୍ରଭାବ ରହିଥିବା ବେଳେ ଜିଲ୍ଲାର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ କେସିଙ୍ଗାରେ ବନ୍ଦ ପାଳନ ସଫଳ ହୋଇଛି । ପଛୁଆବର୍ଗ ଲୋକଙ୍କ ଜାତି ଭିତ୍ତିକ ଜନଗଣନା ଏହି ବନ୍ଦ ପାଳନର ମୁଖ୍ୟ ଦାବି ରହିଥିବା ବେଳେ ସର୍ବମୋଟ ୧୦ଗୋଟି ଦାବି ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅଲ୍ ଓଡ଼ିଶା ସିଡ୍ୟୁଲ କାଷ୍ଟ ଫେଡେରେସନ କେସିଙ୍ଗା ଶାଖା ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ ଜଣାଇ ସକାଳ ୬ରୁ ୧୧ଟା ପର୍ଯ୍ୟନ୍ତ ଆମ୍ବେଦକର ଛକ ଠାରେ ରାସ୍ତା ରୋକ କରାଯାଇଥିଲା । କେସିଙ୍ଗାର ଏହି ବନ୍ଦ ପାଳନ ଶାନ୍ତି ଶୃଙ୍ଖଳାର ସହ ହୋଇଥିବା ବେଳେ ଏଥିରେ ଓବିସି ମୋର୍ଚ୍ଚା ସଭ୍ୟ ଶିବପ୍ରସାଦ ସାହୁ, କୈଳାଶ ଚନ୍ଦ୍ର ସାହୁ, ରଜନୀକାନ୍ତ ପୋଡ଼, ମିଥୁନ ବଗର୍ତ୍ତି

Udyog Nursery
Udyogi Nursery

ଅନ୍ୟ ମାନଙ୍କ ମଧ୍ୟରେ ବ୍ରାସ୍ ସଂଗଠକ ତ୍ରିନାଥ ନାଏକ, ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ କେସିଙ୍ଗା ଶାଖା ସଭାପତି ଲୋକନାଥ ନାଗ, ବିଷ୍ଣୁ ମଙ୍ଗରାଜ, ଶମ୍ଭୁ ବଗର୍ତ୍ତି, ଧରଣୀଧର ନାଏକ, ଜିଲ୍ଲା ମୂଳ ନିବାସୀ ଅଞ୍ଜୁ କୁମାର, କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.