ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଦଶ ଦଫା ଦାବି ନେଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚାର ବନ୍ଦ ଡାକରାକୁ ସମର୍ଥନ କରିଛି ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ । ଆଜି କେସିଙ୍ଗା ବ୍ଲକର ଉତ୍କେଲା ଠାରେ ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ କଳାହାଣ୍ଡି ଓ ଓବିସି, ଏସଟି ଏସସି ମାନଙ୍କ ଦ୍ବାରା ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ସରକାରୀ ଅଫିସ ଓ ସ୍କୁଲ ବନ୍ଦ କରାଯାଇଥିଲା । ଜାତି ଭିତ୍ତିକ ଜନଗଣନା, ସହ କେନ୍ଦ୍ର ସରକାରଙ୍କ ଘରୋଇକରଣ, କୃଷକମାରଣ ଓ ଇଭିଏମ୍ ଦ୍ଵାରା ଭୋଟଦାନ ଓ ଅନ୍ୟାନ୍ୟ ଦାବିରେ ରାସ୍ତାରୋକ କରି ପ୍ରତିବାଦ କରାଯାଇଥିଲା । ଏଥିରେ ଓବିସି ପକ୍ଷରୁ ନରେନ୍ଦ୍ର ପଧାନ, ଶରତ ପ୍ରଧାନ, ଅନିରୁଦ୍ଧ ସାହୁ, ଭାସ୍କର ଦୋରା, ଟଙ୍କଧର ନାଏକ, ପୂର୍ଣଚନ୍ଦ୍ର ପୁଟେଲ, ସରପଞ୍ଚ ନରେନ୍ଦ୍ର ମାଝୀ, ଭୁବନେ ନାଗ, ଅର୍ଜୁନ ପୋଡ଼, ପଦ୍ମନ ମାଝୀ, ରାଜୁ ଅଗ୍ରୱାଲ, ପାଣ୍ଡେ ଭାଟି, ଜଗ ମାଝୀ ରଞ୍ଜନ ପ୍ରଧାନ, ଅଭିରାମ ପୁଟେଲ, ଲାଲ ବାହାଦୁର ପୁଟେଲ, ଗଙ୍ଗା ସାହୁ, ମିତ୍ର ସେନ ସାହୁ, ଆଦିବାସୀ ଏକତା ପରିଷଦର ସନ୍ତୋଷ ନାଏକ, ବିକ୍ରମ ମାଝୀ, ବୁଲୁ ନାଗ, ଜୟନ୍ତ ନାଏକ କେଦାର ମାଝୀ, ନିତ୍ୟା ମାଝୀ, କପିଲ ଗଉଡ, ରାଷ୍ଟ୍ରୀୟ ମୂଲନୀବାସିର ଲବ କରୁଆଁ, ବରିଷ୍ଠ ସମାଜସେବୀ ଶଂଖନାଦ ନାଏକ, ବେଲାଲ ସେନ ବେହେରା, ରମେଶ କୁମାର, ବିନୋଦ କୁମାର, ପ୍ରଶାନ୍ତ କୁମାର, ବାବୁଲାଲ ଓ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନର ଜିଲ୍ଲା ଯୁବ ବିଭାଗର ତେଜରାଜ୍ ବେହେରା, ଜିଲ୍ଲା ସମ୍ପାଦକ ଜୟପ୍ରକାଶ ଜାଲ, ନୁତନ ନାଏକ, ପୃଥିରାଜ୍ ତାଣ୍ଡୀ, ଉମେଶ ନାଗ, ଅନିଲ ବାଗ ପ୍ରମୁଖ ସାମିଲ ହୋଇଥିଲେ ।