ଚାରବାହାଳ ମଣ୍ଡି ଆରମ୍ଭ, ପ୍ରଥମ ଦିନରେ ୧୦ ଚାଷୀଙ୍କ ୧୦୪୪ କ୍ୱିଣ୍ଟାଲ ଧାନ କ୍ରୟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହ ପାଇଁ ଆଜି ବୁଧବାର ଜୁନାଗଡ଼ ବ୍ଲକ ଚାରବାହାଳରେ ମଣ୍ଡି ଆରମ୍ଭ ହୋଇଛି। ତେବେ ଆଜି ଚାରବାହାଳ ପେକ୍ସ ଚାରଵାହାଳ ମଣ୍ଡି ରେ ଧାନ କିଣା ଆରମ୍ଭ ହୋଇଛି। ୧୦ଜଣ ଚାଷୀଙ୍କ ୧୦୪୪ କ୍ୱିଣ୍ଟାଲ ୬୯ କେଜି ଧାନ ପ୍ରଶାସନ ଓ ଯୋଗାଣ ବିଭାଗ ଦ୍ଵାରା କ୍ରୟ କରିଥିବା ସୁଚନା ମିଲିଛି। ଏହି ମଣ୍ଡି ଶୁଭାରମ୍ଭ ଅବସରରେ ଏସିଏସଓ ଖଗେଶ୍ୱର ପଣ୍ଡା ଓ ଆରଏମସି ଭାଇସ ଚେୟାରମ୍ୟାନ ବିବେକ ରଞ୍ଜନ ମିଶ୍ର ଅନୁଷ୍ଠାନିକ ଭାବରେ ମଣ୍ଡି ର ଉଦଘାଟନ କରିଥିଲେ। ଏହି ଅବସରରେ ଚାରଵାହାଳ ପେକ୍ସ ଭାରପ୍ରାପ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଜ୍ଞାନ ରଞ୍ଜନପଣ୍ଡା, ସଭାପତି ହୃଷିକେଶ ସାହୁ, ସମ୍ପାଦକ ମୀନକେତନ ଦଳପତି, ସହ ସମ୍ପାଦକ ବୃନ୍ଦାବନ ପୂଝାରୀ, ଉପଦେଷ୍ଟା ଅନିଲ କୁମାର ନନ୍ଦ, ଦିନେଶ କୁମାର ପଣ୍ଡା, ଚାଷୀ ଜୟଶଙ୍କର ମୁଣ୍ଡ, ପ୍ରଦୁମ୍ନ ମାଝୀ, ରାଜେନ୍ଦ୍ର ପଣ୍ଡା, ଡିଇଓ ଅଭିଳାଷ ଠାକୁର, ଆରଏମସି ଏକାଉଣ୍ଟଟାଣ୍ଟ ବସନ୍ତ ସେଠୀ, ଆରଏମସି କର୍ମଚାରୀ ଦିଗ ପୁରୋହିତ, ଶଙ୍କର କାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଚାରବାହାଳ ପେକ୍ସ ଅଧୀନରେ ଆସୁଥିବା ମୋଟେର ମଣ୍ଡି, ଝାରକୁଣ୍ଡାମାଲ, ଓ ଚାରଵାହାଳ ମଣ୍ଡିରୁ ୯୩୨୬୮ କୁଇଣ୍ଟାଲ ଧାନ କ୍ରୟ କରାଯିବାର ଟାର୍ଗେଟ ଥିବା ପେକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.