ବିପ୍ଲବୀ ଜନନେତା ତଥା ଜାତୀୟତାବାଦୀ ନାଟ୍ୟକାର ପର୍ଶୁରାମ ହରିଚ଼ନ୍ଦନ

✍🏾 ବିଶ୍ବବିଜୟୀ ଦାଶ

କୀର୍ତ୍ତିମନ୍ତ ଜୀଇଁ ରହେ ଅନନ୍ତ କାଳର କଳାର କାଳିମାକୁ ଭେଦକରି କାଳଜୟୀ ଭାବରେ ସେମିତି ଜୀଇଁଛନ୍ତି କୀର୍ତ୍ତିସ୍ମାନ ପର୍ଶୁରାମ ହରିଚ଼ନ୍ଦନ। ଶୋଲରୀ, ଭାଲେରୀ, ଘଣ୍ଟଶିଳା, ଖଣ୍ଡାହଣା ପାହାଡ଼ ପରିବେଷ୍ଟିତ ମରାଳ ମାଳିନୀ ନୀଳାମ୍ବୁ ଚ଼ିଲିକାର ତଟ ଦେଶରେ ବାଣପୁର ମାଟି। ତା’ ମଧ୍ୟରେ ଭାଟପଡ଼ା ଅଞ୍ଚଳର ଶ୍ୟାମଳ ସବୁଜିମା ଘେରା, ଚ଼କଡ଼ାପଥର ପାହାଡ଼ ପାଦଦେଶରେ ପଲ୍ଲୀଗାଁ ଗୋଡ଼ିଝର। ସେଇ ମାଟିରେ ଜନ୍ମଗ୍ରହଣ କରିଥିଲେ ପ୍ରଚ଼ଣ୍ଡ ପ୍ରତିଭାଧର ପ୍ରବାଦ ପୁରୁଷ ପର୍ଶୁରାମ ହରିଚ଼ନ୍ଦନ। “ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି” ପିଲା ବେଳରୁ ତାଙ୍କର ମୂଳ ଲକ୍ଷ୍ୟ ଥିଲା ସମାଜସେବା, ଅଞ୍ଚଳର ଉନ୍ନତି ଓ ବିକାଶ। ପରବର୍ତ୍ତୀ ସମୟରେ ସେ ଭାରତର ସ୍ବାଧିନତା ସଂଗ୍ରାମରେ ନିଜକୁ ନିୟୋଜିତ କରିଥିଲେ। ଯୁଗପୁରୁଷ ପର୍ଶୁରାମ ହରିଚ଼ନ୍ଦନଙ୍କ ଦ୍ବାରା ଗମ୍ଭାରିମୁଣ୍ଡାରେ ପ୍ରତିଷ୍ଠା ହୋଇଥିଲା ପଲ୍ଲୀ ସଂସ୍କୃତି କଳା ପରିଷଦ। ଏହି କଳା ପରିଷଦ କେବଳ ଯେ କଳା ଚ଼ର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା ତାହା ନୁହେଁ, ବରଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ଗୋଟିଏ ସାମାଜିକ ଆନ୍ଦୋଳନ ସୃଷ୍ଟି କରି ଅନେକ ଯୁବ କଳାକାର, ସମାଜସେବୀ ଓ ଯୁବ କର୍ମଯୋଗୀ ସେ ଗଢ଼ିପାରିଥିଲେ। ଗମ୍ଭାରିମୁଣ୍ଡା ଅଞ୍ଚଳରେ ଶିକ୍ଷାର, ସ୍ବାସ୍ଥ୍ୟର, ରାସ୍ତାଘାଟର ଏବଂ ସର୍ବୋପରି ସଂସ୍କୃତିର ବିକାଶ ପାଇଁ ଅହରହ ଚ଼େଷ୍ଟା ଚ଼ଳାଇଥିଲେ।

Omkar Vasthu
Omkar Vasthu

ପର୍ଶୁରାମ ହରିଚ଼ନ୍ଦନ ବାଣପୁର ବ୍ଲକର ଚ଼େୟାରମ୍ୟାନ ହେଲେ, ତା’ପରେ ପୁରୀ ଜିଲ୍ଲା ପରିଷଦର ଉପସଭାପତି ହେଲେ। ବାଣପୁର ବ୍ଲକ ର ଚ଼େୟାରମ୍ୟାନ ଥିବାବେଳେ ବାଣପୁର ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ବିକାଶ ଓ ଉନ୍ନତି କରିଥିଲେ। ସେ ଜନସାଧାରଣଙ୍କ ସମସ୍ୟାର ସମାଧାନ କରୁଥିଲେ।
ଶିକ୍ଷାର ଉନ୍ନତି କଳ୍ପେ ପର୍ଶୁରାମ ହରିଚ଼ନ୍ଦନ ପ୍ରାଣାନ୍ତକ ଉଦ୍ୟମ କରି ସମାଜସେବୀ ସ୍ବର୍ଗତ ଭାଗିରଥି ମାଲୁଙ୍କ ଜମି, ଅର୍ଥ ଓ ଅନ୍ୟ ସମାଜସେବୀ ବନ୍ଧୁ ମାନଙ୍କ ସହଯୋଗରେ ଗମ୍ଭାରିମୁଣ୍ଡା ଠାରେ ପତିତପାବନ ବାଣୀ ମନ୍ଦିର ନାମକ ହାଇସ୍କୁଲ ପ୍ରତିଷ୍ଠା କରିଥିଲେ। ଗମ୍ଭାରିମୁଣ୍ଡାରେ ସ୍ବାସ୍ଥ୍ୟ କେନ୍ଦ୍ର, ଡ଼ାକଘର,ପଶୁ ଡ଼ାକ୍ତରଖାନା, ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ସେ ପ୍ରତିଷ୍ଠା କରିଥିଲେ। ସେ ବି ଜଣେ ଜାତୀୟତାବାଦୀ ନାଟ୍ୟକାର। ସେ ଅନେକ ନାଟକ ରଚ଼ନା କରିଥିଲେ। ସେହି ନାଟକ ମଧ୍ୟରେ “ବିପ୍ଲବୀ କୃତ୍ତିବାସ”, “ଛିନାଙ୍ଗୀ”, “ଅଭିଶପ୍ତ ଦୁର୍ଗ”, “ଦିଗବିଜୟୀ କପିଳେନ୍ଦ୍ର”। ତାଙ୍କରି ନାଟକ ଓଡ଼ିଆ ପ୍ରାଣରେ ପ୍ରବଳ ଦେଶାତ୍ମବୋଧ ଓ ରୋମାଞ୍ଚ ସୃଷ୍ଟି କରେ। ବିପ୍ଲବୀ ବୀର କୃତ୍ତିବାସଙ୍କୁ ବିସ୍ମୃତ ଗର୍ଭରୁ ଆଲୋକକୁ ଆଣିବା, ଓଡ଼ିଆଜାତି ପାଇଁ ପର୍ଶୁରାମ ହରିଚ଼ନ୍ଦନଙ୍କର ସର୍ବଶ୍ରେଷ୍ଠ ଅବଦାନ। ଯଦି ପର୍ଶୁରାମ ହରିଚ଼ନ୍ଦନଙ୍କ ବଳିଷ୍ଠ ଲେଖନୀରୁ ନିସୃତ ଐତିହାସିକ ଗବେଷଣା ସମ୍ବଳିତ କୃତ୍ତିବାସଙ୍କ ଜୀବନୀ ସମ୍ପର୍କୀତ ନିବନ୍ଧ ୧୯୫୦ ମସିହା ଡ଼ିସେମ୍ବର ମାସର ଝଙ୍କାର ପତିକ୍ରାରେ ପ୍ରକାଶ ପାଇନଥାନ୍ତା, ହୁଏତ ଇତିହାସର ଅତଳ ଗର୍ଭରେ ଓଡ଼ିଆ ଜାତିର ଏହି ଅନନ୍ୟ ବୀର ଙ୍କ ରକ୍ତରଞ୍ଜିତ ଇତିହାସ ଚ଼ିର ଦିନ ପାଇଁ ସମାଧି ଲଭିଥାନ୍ତା।

Pearl dental clinic
Near Ashish Medical Store, Bhawanipatna

“ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ”। ମୃତ୍ୟୁଟା ଅତ୍ୟନ୍ତ ବାସ୍ତବ ଏବଂ ଧ୍ରୁବ ସତ୍ୟ।ଜନ୍ମ ଏବଂ ମୃତ୍ୟୁ ବିଧି ଅଭିପ୍ରେତ।କାଳଜୟୀ ପୁରୁଷ ମୃତ୍ୟୁର କଠୋରତା ମଧ୍ୟରେ ଅବଲୀନ ହେଲେ ମଧ୍ୟ ତାର ସାଧନା,ସିଦ୍ଧି ଏବଂ ସୁକୃତ ପାଇଁ ସେ ଯେପରି ଅମର ରହେ, ପର୍ଶୁରାମ ହରିଚ଼ନ୍ଦନ ସେହିପରି ତାଙ୍କର ସାଂସ୍କୃତିକ ପ୍ରତିଷ୍ଠା, ସାମାଜିକ ପରିଚ଼ିତ, ରାଜନୈତିକ ପାରଦର୍ଶିତା ଏବଂ ସମାଜସେବାର ପରାକାଷ୍ଠା ନିମନ୍ତେ ଯେଉଁ ଅଙ୍ଗୀକାରବଦ୍ଧତା ଆମ ଅଞ୍ଚଳର ପ୍ରତ୍ୟେକ ମଣିଷ ନିକଟରେ ଛାଡ଼ି ଚ଼ାଲି ଯାଇଛନ୍ତି ସେଥିପାଇଁ ଆମ ଅଞ୍ଚଳର ପ୍ରତିଟି ମଣିଷ ନିକଟରେ ଯୁଗେ ଯୁଗେ ଅମର ହୋଇରହିଥିବେ – ଏଥିରେ ଦ୍ବିମତ ନାହିଁ। ଦିନ ଯାଏ, ଚ଼ିହ୍ନ ରହେ। ସ୍ମୃତିର ପାଉଁଶ ତଳୁ ମିଳିବ ଅସତ୍ୟ ସହରର ଅନେକ କାହାଣୀ- କିମ୍ବଦନ୍ତୀ, ମିଳିବ ଅନେକ କାଳ୍ପନିକ ଚ଼ିତ୍ରପଟ, କିନ୍ତୁ ମିଳିବନି ବାସ୍ତବ ମଣିଷର ଅଭୂଲା-ଅପାଶୋରା ମୁହଁଟିଏ। ସେହି ଯୁଗପୁରୁଷ ୧୯୭୭ ମସିହା ମଇ ୨୬ ତାରିଖ ରେ ଏ ଦୁନିଆ ଛାଡ଼ି ଚ଼ାଲିଗଲେ। ସେ ଏକାଧାରାରେ ଜଣେ ସୁସଂଗଠକ, ଯୋଗଜନ୍ମା ନାଟ୍ୟକାର, ବିଶିଷ୍ଟ ରାଜନୀତିଜ୍ଞ, ନିସ୍ବାର୍ଥପର ଜନସେବକ, ସୁପରାମର୍ଶଦାତା, ସ୍ବାଧିନତା ସଂଗ୍ରାମୀ ଓ ଓଡ଼ିଆ ସାମରିକ ଇତିହାସ ଓ ପରମ୍ପରାର ତେଜୋଦୀପ୍ତ ନକ୍ଷତ୍ର ପର୍ଶୁରାମ ହରିଚ଼ନ୍ଦନଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ।

Udyog Nursery
Udyogi Nursery
ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ମୋବାଇଲ ନଂ: ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.