ମୁକ୍ତା ଯୋଜନା ମାଧ୍ୟମରେ ବର୍ଷାଜଳ ସଂରକ୍ଷଣ କରିବାକୁ ପ୍ରୟାସ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଜଳବାୟ ପରିବର୍ତ୍ତନ ଯୋଗୁଁ ଭୂପୃଷ୍ଠର ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ବର୍ଷା ଜଳକୁ ବର୍ତ୍ତମାନ ଠାରୁ ସଞ୍ଚୟ କରିବା ପାଇଁ ମୁକ୍ତା ଯୋଜନାରେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଭବିଷ୍ୟତରେ ଜଳକଷ୍ଟ ଦୂର କରିବା ପାଇଁ ଏହି ଯୋଜନା ହାତକୁ ନିଆଯାଇଛି। ଆଗାମୀ ପିଢ଼ି ନିମନ୍ତେ ବର୍ଷା ଜଳ ସଂରକ୍ଷଣ କରିବାକୁ କଳାହାଣ୍ଡି ଜିଲ୍ଲାପାଳ ଡ଼ଃ ଗାଭାଲି ପରାଗ ହର୍ଷଦ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏଥି ପାଇଁ କେସିଙ୍ଗା ସହରରେ ୧୨ଟି ୱାର୍ଡ଼ରେ ୧୦୦ଟି ସୋ ପିଟ ନିର୍ମାଣ କାର୍ଯ୍ୟ ଆସନ୍ତା ଜୁନ ମାସ ୧୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କେସିଙ୍ଗା ଏନଏସିର ୩୧ଟି ମିଶନ ଶକ୍ତି ଗୋଷ୍ଠୀକୁ ଏଥିପାଇଁ ପୂର୍ବରୁ ଆଦେଶ ନାମା ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଯୁଦ୍ଧ କାଳୀନ ଭିତ୍ତିରେ ସୋ ପିଟ ନିର୍ମାଣ କାମ ଚାଲିଛି। ଏଥି ମଧ୍ୟରୁ ୧୦ଟି ସମ୍ପୁର୍ଣ୍ଣ ହୋଇସାରିଛି ବୋଲି କେସିଙ୍ଗା ଏନଏସିର କାର୍ଯ୍ୟ ନିର୍ବାହି ଅଧିକାରିଣୀ କିରଣ ବେହେରା ପ୍ରକାଶ କରିଛନ୍ତି। ଏହି ଯୋଜନାକୁ ତ୍ୱରାନ୍ୱିତ କରିବାକୁ କେସିଙ୍ଗା ତହସିଲଦାର, ଅତିରିକ୍ତ ତହସିଲଦାର, ବିଡିଓ, ମୁକ୍ତାଟିମ ପ୍ରକଳ୍ପ ସଂଯୋଜକ, କନିଷ୍ଠ ଯନ୍ତ୍ରୀ ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି। ଏଥିପାଇଁ ଗତ ଏପ୍ରିଲ ମାସରୁ କାର୍ଯ୍ୟ ଆରମ୍ଭ ହୋଇଛି। କେସିଙ୍ଗା ଏନଏସିର ୱାର୍ଡ଼ ନମ୍ବର ୭ରେ ସୋ ପିଟ ନିର୍ମାଣ ସମୟରେ ଜିଲ୍ଲାପାଳ ଡ଼ଃ ହର୍ଷଦ ଓ ପିଡ଼ିଡ଼ିଆରଡ଼ିଏ ସୋମେଶ ଉପାଧ୍ୟାୟ ପରିଦର୍ଶନ କରି କାର୍ଯ୍ୟ ତଦାରଖ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.