ବ୍ରହ୍ମପୁର ମିଳିତ କଳାକାର ମଞ୍ଚ ପକ୍ଷରୁ କମିସନରଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ ବ୍ରହ୍ମପୁର: ବ୍ରହ୍ମପୁର ମିଳିତ କଳାକାର ମଂଚ ତରଫରୁ ନାଟକ ମଂଚସ୍ଥ ପାଇଁ ମିନି ଟାଉନ ହଲ ଯୋଗାଇବା, ସ୍ୱଳ୍ପ ମୂଲ୍ୟରେ ଟାଉନ ହଲ ଯୋଗାଇବା ଓ ନାଟକ ଅଭ୍ୟାସ ପାଇଁ ରିଆରସଲ ଗୃହ ଯୋଗାଇ ଦେବା ଦାବିରେ ମହାନଗର ନିଗମ କମିସନରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇ ଆଲୋଚନା କରାଯାଇଥିଲା। କମିସନର ମହାଶୟ ବ୍ରହ୍ମପୁରର ନାଟ୍ୟସଂସ୍ଥା ମାନଙ୍କୁ ରିହାତି ମୂଲ୍ୟରେ ଟାଉନହଲ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅତି ଚଞ୍ଚଳ ରିଆରସଲ ଗୃହ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏଥିପାଇଁ କଳାକାରଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। କଳାକାର ମଂଚ ତରଫରୁ ରମେଶ ମହାରଣା, ମଦନ ମିଶ୍ର, ଏନ୍ ରାମବାବୁ, ଲିଂଗରାଜ ନାହାକ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସତ୍ୟନାରାୟଣ ମହାରଣା, ମନୋଜ ଦଣ୍ଡପାଟ,ମିହିର ତ୍ରିପାଠୀ, ରାଜଗୋପାଲ ପାଢ଼ୀ, କୃଷ୍ଣ ଚନ୍ଦ୍ର ପଣ୍ଡା, କୈଳାସ ପାଣିଗ୍ରାହୀ, ଦେବ ଦାସ ଓ ସତ୍ୟବ୍ରତ ଦାଶ ମିଳିତ କଳାକାରଙ୍କ ତରଫରୁ ବ୍ରହ୍ମପୁର ମହାନଗର ନିଗମ କମିସନରଙ୍କୁ ଭୂୟସି ପ୍ରଶଂସା କରିବା ସଂଗେ ସଂଗେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.