କଳାହାଣ୍ଡିରେ ଦାଦନ ଦୁଃଖ: ଭିଟାମାଟିକୁ ଫେରିଲା ୧୪ ବର୍ଷୀୟ ଦାଦନ ଶ୍ରମିକର ଶବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି/ କୋକସରା (ରଜତ ବଂଶଳ/ ହିରଣ୍ୟ ବେହେରା): ମାଳ ମାଳ ସରକାରୀ ଯୋଜନା ପ୍ରଣୟନ କରି ଚାଲିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର। ଡିଣ୍ଡିମ ପିଟା ଚାଲିଛି ସଭିଏଁ ପଢିବେ ସଭିଏଁ ବଢିବେ। ତେବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ର ଦାଦନ ଯାଇ ବାହାର ରାଜ୍ୟରେ ମୃତ୍ୟୁ ବରଣ କରିବା ରାଜ୍ୟ ସରକାରଙ୍କ ବିକାଶର ଚିତ୍ରରେ କଳା ଛିଟା ପକାଇ ଦେଇଛି। ଆଜି ମଇ ୨୬ ଗୁରୁବାର ଦିନ ଭିଟାମାଟିରେ ଆସି ପହଞ୍ଚିଛି ସେହି ୧୪ ବର୍ଷୀୟ ଦାଦନ ଶ୍ରମିକର ଶବ। ଏହି ଦୁଃଖଦ ଚିତ୍ର ହେଉଛି କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ପିପଲଝାପର ଗାଁର। ଏହି ଗ୍ରାମର ଦୂର୍ଯ୍ୟୋଧନ ବିଶିଙ୍କ ପୁଅ ସୋମନାଥ ବିଶି ଦାଦନ ଖଟିବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଗତବର୍ଷ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ ସୋମନାଥ। ସେହି ସମୟରେ ସେ ଗୋତୋମୁଣ୍ଡା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର। ତେବେ ପାରିବାରିକ ଅସୁବିଧା ହେତୁ ସେ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀକୁ ଯାଇ କାମ କରୁଥିଲେ। ତେବେ ଗତ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ବିଦ୍ୟୁତ୍ ଆଘାତରେ ଆସି ଗୁରୁତର ହୋଇ ପଡିଥିଲେ ସୋମନାଥ। ତାଙ୍କୁ ହାଇଦ୍ରାବାଦ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କିଛି ସମୟ ପରେ ସେ ମୃତ୍ୟୁ ବରଣ କରିଥିଲେ। ଆଜି ସେଠାରୁ ମର ଶରୀର ଆମ୍ବୁଲାନ୍ସ ଯୋଗେ ଆସି ଭିଟାମାଟିରେ ପହଞ୍ଚିଥିଲା। ପିପଲଝାପର ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି ଏପରି ଶହ ଶହ ଦାଦନଙ୍କ ଶବ। କେବେ ଥମିବ କଳାହାଣ୍ଡିର ଦାଦନ ଦୁଃଖ? ଏହା ଏକ ବିରାଟ ପ୍ରଶ୍ନବାଚୀ ହୋଇ ରହି ଯାଇଛି ସମସ୍ତଙ୍କ ମନରେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.