ନେହରୁ ଯୁବକେନ୍ଦ୍ର ତରଫରୁ ପଥପ୍ରାନ୍ତ ନାଟକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଏବଂ ୟୁନିସେଫ ଓଡିଶା ତରଫରୁ କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତର କୁସୁର୍ଲା ହଜାରୀପଡା ଗାଁର କଳାରୁଦ୍ର ଯୁବକ ସଂଘ ସହଯୋଗରେ ବାଲ୍ୟବିବାହ ଓ ଶିଶୁଶ୍ରମିକ ପ୍ରଥା ଉଛେଦ ପାଇଁ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଧାରଣଙ୍କୁ ସଚେତନ କରାଯାଇଛି। ପରେ ବାଞ୍ଜିପଦାର ଗାଁର ଖୋଲାଝରକା ଯୁବ ଅନୁଷ୍ଠାନ, ଭଟାପଲା, ଭାଲୁପିଆ ଗ୍ରାମର ଧର୍ମରାଜ ଯୁବ ଅନୁଷ୍ଠାନ ସଚେତନ କରଯାଇଥିବାବେଳେ ବୋରପଦାର ପଞ୍ଚାୟତ ସରପଞ୍ଚ ସୁବାଶ କୁମାର ସାହୁ, କୁସୁର୍ଲା (ହଜାରୀପଡା) ଗ୍ରାମର ୱାର୍ଡ ମେମ୍ବର ବନିତା ସାହୁ, ଭାଲୁପିଆ ଅଙ୍ଗନାୱାଡି କର୍ମୀ ଦୁଲଣା କହଁର ଓ ବାଞ୍ଜିପଦାର ଗ୍ରାମର ଅଙ୍ଗନାୱାଡି କର୍ମୀ ତ୍ରିପୁରା ସାହୁ ଉପସ୍ଥିତ ଥିବାବେଳେ ନେହେରୁ ଯୁବ କେନ୍ଦ୍ର ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ରିତା ସାହୁ ଓ ପୂବତନ ସ୍ଵେଛାସେଵୀ କୋପନେଶ୍ୱର ବିମଲ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.