ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସିମାନ୍ତ ୨୬ ନମ୍ବର ଜାତୀୟ ରାଜପଥର ଆମପାଣି ଘାଟି ରାସ୍ତା ବୁଲାଣିରେ ସୋମବାର ସନ୍ଧ୍ୟା ୭ଟା ସମୟରେ ଏକ ମାଲ ବୋଝେଇ ଟ୍ରକ ଭାରସମ୍ୟ ହରାଇ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଡ୍ରାଇଭର ଜଣକ ତେଲେଙ୍ଗାନାର ନାଲା ଶ୍ରୀନିବାସ ରେଡି ବୋଲି ଜଣାପଡିଛି । ଖବର ପାଇ ଆମପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଟ୍ରକରେ ଅନ୍ୟ କେହି ଫସି ରହିଛନ୍ତି କି ନାହିଁ ସେନେଇ ମଧ୍ୟ ସ୍ପଷ୍ଟ ଜଣାପଡିନାହିଁ । ଉଦ୍ଧାର ପାଇଁ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥିବା ଜଣାପଡିଛି ।