ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦିନେ ସାଙ୍ଗ ହୋଇ ପାଠ ପଢୁଥିଲେ, ଛାତ୍ର ଜୀବନରେ ଅନେକ ଅନୁଭୂତି ଓ ସ୍ମୁତିକୁ ପୁଣିଥରେ ମନେ ପକାଇବା ପାଇଁ ଆୟୋଜନ କଲେ ବନ୍ଧୁମିଲନ, ଏତେ ବର୍ଷ ପରେ ଅତୀତର ସାଙ୍ଗସାଥିଙ୍କୁ ନିଜ ଗହଣରେ ପାଇ।ପୁରୁଣା ଦିନକୁ ପୁଣିଥରେ ମନେ ପକାଇଛନ୍ତି। କୋକସରା ଜବାହର ଉଚ୍ଚ ବିଦ୍ୟାଳୟରେ ୧୯୯୮ରେ ମାଟ୍ରିକ ବ୍ୟାଚ ର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କୋକସରା ବ୍ଲକର ପର୍ଯ୍ୟଟନ ସ୍ଥଳୀ ଡୋକାରିଚଞ୍ଚରା ଠାରେ ଅନୁଷ୍ଠିତ ହୋଇଯାଛି। ମାଟ୍ରିକ ବ୍ୟାଚର ଦୀପ୍ତି ରଞ୍ଜନ ସେନାପତି, ମୋକ୍ଷରାମ ପ୍ରଧାନୀ, ଗଗନ ମେହେର, ମନୋଜ କୁମାର ବାଗ, ପ୍ରଦୀପ ବିହାରୀ, ପ୍ରହଲ୍ଲାଦ ନାଏକ, ହୃଷିକେଶ ଘି, ପବିତ୍ର ପାତ୍ର, ନିଲେଦ୍ରି ମାଝୀ, ପ୍ରଭାସିନୀ ବାଗ, ପ୍ରଭାସିନୀ ମହାନନ୍ଦ, ରୀନା ମଞ୍ଜରୀ ନାଏକ, ସୁଶୋଜିତା ମହାପାତ୍ର, ରଶ୍ମିତା ପଟ୍ଟନାୟକ, ଦମୟନ୍ତି ବେହେରା ବ୍ୟାଚ ମେଟ ଏହି ବନ୍ଧୁମିଲନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।