ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୁର୍ଗମ ଅଞ୍ଚଳର ଜନସାଧାରଣ କିପରି ସମସ୍ତ ପ୍ରକାରର ମୈ।ଳିକ ସୁବିଧା ପାଇ ପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଛି। ଏଥିପାଇଁ ପ୍ରଣୀତ ବିଭିନ୍ନ ଯୋଜନାର ଲାଭ ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇବାକୁ ସଦା ଚେଷ୍ଟିତ ଅଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ସେ ପର୍ଯ୍ୟାୟକ୍ରମେ ନିଜ ନିର୍ବାଚନୀ କ୍ଷେତ୍ରର ବିଭିନ୍ନ ଅଞ୍ଚଳ ଗସ୍ତକରି ଲୋକଙ୍କ ସମସ୍ୟା ବିଷୟରେ ଅବଗତ ହୋଇ ଏହାର ସୁସମାଧାନ କରୁଛନ୍ତି। ଏହି କ୍ରମରେ ବିଧାୟକ ଶ୍ରୀଯୁକ୍ତ ଦିଶାରୀ ବିଜେପୁର ପଞ୍ଚାୟତକୁ ଦିନିକିଆ ଗସ୍ତକରି ତୃଣମୂଳ ସ୍ତରରେ ଜନତାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରିଛନ୍ତି। ଏହା ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକଙ୍କ ନିଜ ପଞ୍ଚାୟତ ହୋଇଥିବାରୁ ସେ ବିଭିନ୍ନ ଗାଁରେ ଥିବା ସମସ୍ୟା ସମୁହ ବିଷୟରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେପୁର ପଞ୍ଚାୟତରେ ୩୦ରୁ ଉର୍ଦ୍ଧ୍ବ ଗାଁ ଥିବା ବେଳେ ଆଜି ମଧ୍ୟ ଏହି ପଞ୍ଚାୟତର ଅନେକ ଉପାନ୍ତ ବାସି ସରକାରଙ୍କ ମୈାଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ୪ ରୁ ୫ଟି ଗାଁରେ ଆଜି ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଓ ପାନୀୟଜଳ ଯୋଜନା ଅପହଞ୍ଚ ହୋଇ ରହିଛି। ବିଜେପୁରରେ ଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ନାନା ଅବ୍ୟବସ୍ଥା ଲାଗି ରହୁଛି। ସେହିପରି ବିଜେପୁର ପଞ୍ଚାୟତରେ ଥିବା ସ୍କୁଲ ଗୁଡିକରେ ଶିକ୍ଷକ ମାନେ ଆସୁନଥିବାରୁ ପିଲାଙ୍କ ପାଠପଢା ଠପ୍ ହୋଇ ରହୁଛି। ଏପରି ଅନେକ ସମସ୍ୟାକୁ ନେଇ ପଞ୍ଚାୟତବାସୀ ବିଧାୟକଙ୍କ ପାଖରେ ଫେରାଦ ହୋଇଥିଲେ। ବିଭାଗିୟ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ସମସ୍ୟା ସବୁର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ବିଧାୟକ ଶ୍ରୀଯୁକ୍ତ ଦିଶାରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଲାଞ୍ଜିଗଡ ବିଧାୟକ ଶିବାଜି ମାଝୀ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଧାୟକ ପ୍ରତିନିଧି ପ୍ରଦିପ ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନହର ହରପାଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦିଶ ବେନିଆ, ସମାଜସେବୀ ହିମାଦ୍ରୀ ପେସନିଆ, ସୁବାଷ ଅଗ୍ରୱାଲ, ଶ୍ରୀଧର ପେସନିଆ, ଚନ୍ଦ୍ରଧ୍ୱଜ ପେସନିଆ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ।