ଲାଞ୍ଜିଗଡ଼ ବିଧାୟକଙ୍କ ଦ୍ବାରା ନୂତନ ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତର ନୂତନ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଦିଶାରୀ। ବିଜେପୁର ପଞ୍ଚାୟତର ଉନ୍ନତି ପାଇଁ ରାସ୍ତା ପାର୍ଶ୍ବରେ ୬ଗୋଟି ମାର୍କେଟ କମ୍ପ୍ଲେକ୍ସ ତିଆରି କରାଯାଇଛି। ଆଜି ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ଦିଶାରୀ ବିଜେପୁର ପଞ୍ଚାୟତ ଗସ୍ତରେ ଆସି ଏହି ମାର୍କେଟ କମ୍ପଲେକ୍ସର ଶୁଭ ଉଦଘାଟନ କରିଛନ୍ତି। ଏନେଇ ଆୟୋଜିତ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଦସ୍ୟ ପରକ୍ଷିତ ନାଏକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ଲାଞ୍ଜିଗଡ ବିଧାୟକ ଶିବାଜୀ ମାଝି, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ବିଧାୟକ ପ୍ରତିନିଧି ପ୍ରଦିପ ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଯୁବ ବିଜେଡ଼ି ସଭାପତି ଡିଲେଶ କୁମାର ନାଗ, ସରପଞ୍ଚ ସରସ୍ୱତୀ ମୁଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦିଶ ବେନିଆ, ହିମାଦ୍ରୀ ପେସନିଆ, ସୁବାଷ ଅଗ୍ରୱାଲ, ଶ୍ରୀଧର ପେସନିଆ, ଚନ୍ଦ୍ରଧ୍ୱଜ ପେସନିଆ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ବିଜେପୁର ପଞ୍ଚାୟତରେ ନିର୍ବାହି ଅଧିକାରୀ ଭାବରେ ତାପସ ସାହୁ ଯୋଗ ଦେବା ପରେ ପଞ୍ଚାୟତର ଉନ୍ନତି ପାଇଁ ଅନେକ ଯୋଜନା ହାତକୁ ନେଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ବିଜେପୁର ସରପଞ୍ଚଙ୍କ ନିର୍ଦ୍ଧେଶ କ୍ରମେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ଏହି ମାର୍କେଟ କମ୍ପ୍ଲେକ୍ସକୁ ଆଜି ଶୁଭ ଉଦଘାଟନ କରିଛନ୍ତି ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରୀ। ପଞ୍ଚାୟତର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଅନୁଦାନ ପ୍ରଦାନ କରୁଛନ୍ତି। ଏହି ଯୋଜନାରେ ପଞ୍ଚାୟତର ଉନ୍ନତି କରାଯାଉ ବୋଲି ସେ ପ୍ରକାଶ କରିଥିବା ବେଳେ ପଞ୍ଚାୟତ ପକ୍ଷରୁ ସମସ୍ତ ଜନପ୍ରତିନିଧି ଓ ଅଞ୍ଚଳବାସି ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.