ଜିଲ୍ଲା ଆଦିବାସୀ ସଂଘ ବୈଠକ 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତିର ପୂର୍ବତନ ସଭାପତି ପଦ୍ମକିଶୋର ପୁଝାରୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମହିମା ଆଶ୍ରମ ଗୋଦାମପଡା ଠାରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରାତନ କମିଟି ପରିବର୍ତ୍ତେ ନୂତନ କମିଟି ଗଠନ, ବ୍ଲକ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ନୂତନ କମିଟି ଗଠନ ହେବା ପର୍ଯ୍ୟନ୍ତ ଏକ ଅସ୍ଥାୟୀ କମିଟି ଗଠନ କରାଯାଇଥିଲା। ଯାହାଦ୍ୱାରା ବର୍ତ୍ତମାନ ଏହା ସମସ୍ତ କାର୍ଯ୍ୟକ୍ରମ ତୁଲେଇବ। ଏଥିରେ ସର୍ବସମ୍ମତି କ୍ରମେ ଜୟକୁମାର ମାଝୀ ସଭାପତି, କୁରେଶ୍ଵର ମାଝୀ ସମ୍ପାଦକ, ମଦନ ମାଝୀ କୋଷାଧ୍ୟକ୍ଷ, କାର୍ଯ୍ୟକାରୀ ସଦସ୍ୟ ଭାବେ ପଦ୍ମଲୋଚନ ନାଏକ, ଲଳିତ ନାଏକ, ସୁନାଧର ମାଝୀ, ଅବନା ଭୋଇ ମନୋନୀତ ହୋଇଥିଲେ। ତେବେ ବର୍ତ୍ତମାନ ସମୟରେ ଆଦିବାସୀ ମାନଙ୍କ ସମ୍ବିଧାନିକ ଅଧିକାରକୁ ଅଣଆଦିବାସୀମାନେ କିପରି ହଡପ କରୁଛନ୍ତି, ସେ ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ନକଲି ଆଦିବାସୀ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାରଙ୍କ ପାଖରେ ଦାବି ରଖିବାକୁ ନିଷ୍ପତି ନିଆଯାଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କେଶରୀ ନାଏକ, କୁରେଶ୍ଵର ମାଝୀ, ଦୁର୍ଯୋଧନ ମାଝୀ, ଭକ୍ତ ମାଝୀ, ଶ୍ୟାମ ମାଝୀ, ସନ୍ତୋଷ ମାଝୀ, ଗଜେନ୍ଦ୍ର ମାଝୀ, ରାଜେଶ ମାଝୀ, ଉଗ୍ରସେନ ମାଝୀ, ସୁନାଧର ମାଝୀ, ବିଜୟ ମାଝୀ, ସୁରଥ ମାଝୀ, ନବକିଶୋର ମାଝୀ, ଅଖିଳ ମାଝୀ, ଜୟକୁମାର ମାଝୀ, ଅଂଚଳ ମାଝୀ, ଅଶୋକ ଭୋଇ, ମଦନ ମାଝୀ, ଜୟଦେବ ଶବର, ପଦ୍ମଲୋଚନ ନାଏକ, ଲଳିତ ନାଏକ, ଜୟସିଂ ମାଝୀ, ବନମାଳୀ ମାଝୀ, ଧନସିଂ ମାଝୀ, ପୁରୁଷୋତ୍ତମ ମାଝୀ, ଲକ୍ଷ୍ମଣ ଭୋଇ, ତପନ ପାତ୍ର, ରାମପତି ଜାନି, ଅବନା ଭୋଇ ପ୍ରମୁଖ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.