ଜୁନାଗଡ ବ୍ଲକ ଆଦିବାସୀ ସଂଘର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀଙ୍କ ସଭାପତିତ୍ୱରେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରଭାଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ତେନ୍ତୁଳୀଖୁଣ୍ଟି ଗ୍ରାମ (ବାଏଲେଯୋର ପଡା) ଠାରେ ବ୍ଲକସ୍ତରୀୟ କମିଟି ଚୟନ କରାଯାଇଥିଲା। ଉକ୍ତ ଚୟନ ପ୍ରକ୍ରିୟା ସଭାରେ ଶବର ସମାଜ ସଭାପତି ରଞ୍ଜନ କୁମାର ଶବର, ଭତ୍ରା ସମାଜ ସଭାପତି ମିନିକେତନ ଦଳପତି, ଗଣ୍ଡ ସମାଜ ସଭାପତି ହରେକୃଷ୍ଣ ମାଝୀ, କନ୍ଧ ସମାଜ ଉପ ସଭାପତି ଶ୍ରୀବତ୍ସ ଯାନୀ ଓ ବ୍ଲକର ସମସ୍ତ ବର୍ଗର ବୟୋଜ୍ୟେଷ୍ଠ, ବୁଦ୍ଧିଜୀବୀ, ଯୁବପିଢ଼ି ଉପସ୍ଥିତ ଥିଲେ। ସର୍ବ ସମ୍ମତି କ୍ରମେ ଜୁନାଗଡ ବ୍ଲକର ନୂତନ ସଭାପତି ଭାବରେ ହୃଦାନନ୍ଦ ମାଝୀ, ଉପ ସଭାପତି ପଦ୍ମ କେଶରୀ ଶବର, ରାମ ପ୍ରସାଦ ମାଝୀ, ଜଗଦୀଶ ମାଝୀ, ମନ୍ଦାକିନୀ ନାଏକ, ସାଧାରଣ ସମ୍ପାଦକ ଭାବରେ ମିନିକେତନ ଦଳପତି, ସହ ସମ୍ପାଦକ ଦିଗାମ୍ବର ମାଝୀ, ନିରଞ୍ଜନ ମାଝୀ, ଲକ୍ଷପତି ଶବର ଓ ସହ ସମ୍ପାଦିକା ଲଛମନି ମାଝୀ, କୋଷାଧ୍ୟକ୍ଷ ଭାବରେ ପଦ୍ମ ଲୋଚନ ନାଏକ ମନୋନୀତ ହୋଇଥିଲେ। ସେହିପରି ଭାବରେ ଜୁନାଗଡ ଏନଏସିର ସଭାପତି ଭାବେ ମୋହନ ଭୋଇ, ସମ୍ପାଦକ ବିଷମ୍ବର ଦଳପତି, ଉପଦେଷ୍ଟା ଭାବରେ କୃଷ୍ଣ ଚନ୍ଦ୍ର ଭୋଇ, ଶ୍ରୀରାମ ଯାନୀ, ତ୍ରିନାଥ ମାଝୀ, ହରେକୃଷ୍ଣ ମାଝୀ, ନେପାଳ ଶବର, ଯୁଧିଷ୍ଠିର ମାଝୀ, ଦଳଗଂଜନ ମାଝୀ, ବୈଦ୍ୟନାଥ ଭୋଇ, ଶ୍ୟାମାସୁନ୍ଦର ମାଝୀ, କେଶବ ମାଝୀ ଓ ତିଳକ ମାଝୀ ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.