ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଅଗ୍ନିପଥ ଯୋଜନା ପ୍ରତ୍ୟାଖ୍ୟାନ, ଭାରତର ସାର୍ବଭୌମତ୍ୱକୁ ସୁରକ୍ଷିତ, ଯୁବକ-ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ, ଠିକା ନିଯୁକ୍ତି ପ୍ରଥା ବିଲୋପ କର ଇତ୍ୟାଦି ଦାବିରେ ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶ୍ୱଜିତ ଚାଟାର୍ଜୀଙ୍କ ନେତୃତ୍ଵରେ ବ୍ରାଞ୍ଚ କମିଟି ସଂପାଦକ ସତ୍ୟ ଜିତ ଚାଟାର୍ଜୀ, ଗଙ୍ଗାଧର ପ୍ରହରାଜ ବିଶେଷ ଭୂମିକା ନିର୍ବାହ କରିଥିବା ବେଳେ ସୁଶିଲ ଭୋଇ, ଦିନ ମାଝୀ, ବ୍ରଜ ମାଝୀ, ରୁଦନା ଭୋଇ, ବାସନ୍ତୀ ରଣା ପ୍ରମୁଖ ଉପସ୍ଥିତ ରହିଥିଲେ ।