ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ବିଶ୍ୱନାଥପୁର ଧବଳେଶ୍ଵର ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଳକ ମୁଖ୍ୟାଳୟ ବିଶ୍ଵନାଥପୁର ଶ୍ରୀ ଧବଳେଶ୍ଵର ମନ୍ଦୀର ଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି। ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ବୃକ୍ଷରୋପଣ କରାଯାଇଛି। ଉକ୍ତ ଆୟୋଜିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଡିଲେଶ କୁମାର ନାଗ, ବ୍ଳକ ବିଜୁ ଜନତା ଦଳ ସଭାପତି ଗୋବିନ୍ଦ ପ୍ରଧାନି, ବ୍ଳକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ , ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ସମାଜସେବୀ ସୁବାଷ ଅଗ୍ରୱାଲ, ବିଜୁ ଯୁବ ଜନତା ଦଳ ଉପ ସଭାପତି ମୁରଲି ନାଏକ, ସମ୍ପାଦକ ମୁକେଶ ବେହେରା, ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ, ସମିତି ସଦସ୍ୟ ଅଜିତ ପ୍ରଧନିଙ୍କ ସହ ପାତ୍ର ମାଝୀ, ଜଗସନ୍ ସାହୁ, ବନମାଳୀ ମାଝୀ, ଶ୍ରୀନିବାସ ଚଣ୍ଡୀ ଏବଂ ଲାଞ୍ଜିଗଡ଼ ବ୍ଲକର ସମସ୍ତ ଯୁବ ଓ ଛାତ୍ର ଜନତା ଦଳର ନେତୃବୃନ୍ଦ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.