ଶ୍ରୀ ଗୁଣ୍ଡିଚା ଯାତ୍ରା ଉତ୍ସବ ୨୦୨୨ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ କନ୍ଧମାଳ ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ଶ୍ରୀ ଶ୍ରୀ ଦଧିବାମନ ମନ୍ଦିର ପରିଚାଳନା କମିଟିର ସହଯୋଗରେ ଶ୍ରୀ ଗୁଣ୍ଡିଚା ଯାତ୍ରା ଉତ୍ସବ ୨୦୨୨ ଦୀର୍ଘ ୪ ଦିନ ଧରି ଅନିଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି । ଶେଷ ଦିବସରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା, ଶ୍ରୀ ଶ୍ରୀ ଦଧିବାମନ ପରିଚାଳନା କମିଟିର ଉପଦେଷ୍ଟା ପି.ସୁଧାଂଶୁ ସେନାପତି, ସଭାପତି ପ୍ରଦୀପ କୁମାର ମୁନି ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ସୁବର୍ଣ୍ଣପୁରର ସ୍ଵର୍ଣ୍ଣ ଶିଖା ଅନୁଷ୍ଠାନର କଳାକାର ମାନେ ସମ୍ବଲପୁରୀ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ବିନୋଦ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.