ରାଜ୍ୟସଭାରେ ଓଡିଶା ନଦୀ ଜଳ ବିବାଦ ପ୍ରସଙ୍ଗ: ଜାଣନ୍ତୁ, କେଉଁ ତଥ୍ୟ ରଖିଲେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ:‌ ମହାନଦୀ ଓ ବଂଶଧାରାର ଜଳକୁ ନେଇ ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶ ସହିତ ଓଡିଶାର ବିବାଦ ରହିଛି । ଏହି ଦୁଇ ନଦୀର ଜଳ ବିବାଦ ନେଇ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ।

Omkar Vasthu
Omkar Vasthu

ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ, ମହାନଦୀ ଜଳ ନେଇ ପଡୋଶୀ ଛତିଶଗଡ଼ ସହିତ ଓଡିଶାର ଯେଉଁ ବିବାଦ ରହିଛି ତାହା ସମ୍ପୃକ୍ତ ଟ୍ରାଇବ୍ୟୁନାଲର ବିଚାରାଧୀନ । ତେବେ କେନ୍ଦ୍ର ସରକାର ବଂଶଧାରା ଜଳ ବିବାଦର ସମାଧାନ ପାଇଁ ୨୦୧୦ରେ ବଂଶଧାରା ଜଳବିବାଦ ଟ୍ରାଇବ୍ୟୁନାଲ ଗଠନ କରିଥିଲେ । ଟ୍ରାଇବ୍ୟୁନାଲ ଇତି ମଧ୍ୟରେ ତାଙ୍କର ରିପୋର୍ଟ ପ୍ରଦାନ କରିସାରିଛନ୍ତି । ୨୦୨୨ରେ ବଂଶଧାରା ଟ୍ରାଇବ୍ୟୁନାଲକୁ କେନ୍ଦ୍ର ସରକାର ଭାଙ୍ଗି ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ସେହିଭଳି ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ୨୦୧୮ରେ ଏକ ଟ୍ରାଇବ୍ୟୁନାଲ ଗଠନ କରିଥିଲେ । ଏହି ଟ୍ରାଇବ୍ୟୁନାଲ ଉଭୟ ଓଡିଶା ଓ ଛତିଶଗଡର ପକ୍ଷଙ୍କର ୨୯ଥର ଶୁଣାଣି କରିବା ପରେ ୪୬ଟି ଏ ସଂକ୍ରାନ୍ତ ପ୍ରସଙ୍ଗର ନ୍ୟାୟିକ ନିର୍ଣ୍ଣୟ ଚୂଡାନ୍ତ କରିଛନ୍ତି ।

Udyog Nursery
Udyogi Nursery

ସେହିଭଳି ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡିଶାର ମାଲକାନଗିରି ଜିଲ୍ଲାରେ ଯେଉଁ ବୁଡି ଅଞ୍ଚଳ ସୃଷ୍ଟି ହେବ ତାହାକୁ ରୋକିବାକୁ ସିଲେରୁ ନଦୀର ଉଭୟ ପାର୍ଶ୍ୱରେ ସୁରକ୍ଷା ବନ୍ଧ ନିର୍ମାଣ କରିବା ସହିତ ଆବଶ୍ୟକ ସ୍ଲୁଇସ ବ୍ୟବସ୍ଥା କରିବାକୁ ଉଭୟ ଓଡିଶା ଓ ଛତିଶଗଡ଼ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଏହା ସମ୍ଭବ ନ ହେଲେ ଓଡିଶାର ୧୦୦୨ ପରିବାର କ୍ଷତିଗ୍ରସ୍ତ ହେବେ । ତେଣୁ ଏଥିପାଇଁ ସମ୍ପୃକ୍ତ ଅଞ୍ଚଳରେ ଜନ ଶୁଣାଣି କରି ପ୍ରଭାବିତ ଇଲାକାରେ ମତାମତ ନେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଓଡିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା । ତେବେ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ଯେ ପୋଲାଭରମ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ସମ୍ଭାବିତ ବୁଡି ଅଞ୍ଚଳରେ ଜନଶୁଣାଣି କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ଟୁଡୁ ତାଙ୍କ ଉତ୍ତରରେ କହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.