ଛାତ୍ର କଂଗ୍ରେସ ପକ୍ଷରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ କୁମାର ପ୍ରଧାନୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଭିନ୍ନ ମହାବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ଅଭିଯୋଗ ଆଧାରରେ ଛାତ୍ର କଂଗ୍ରେସ ପକ୍ଷରୁ କୁଳପତିଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଅଧୀନରେ ରହିଥିବା ସମସ୍ତ ଯୁକ୍ତ ତିନ କଲେଜର ଚତୁର୍ଥ ସେମିଷ୍ଟାରକୁ ପରବର୍ତ୍ତୀ ସମୟକୁ ଘୁଞ୍ଚାଇବା ଏବଂ ରହିଯାଇଥିବା ପ୍ରଥମ ସେମିଷ୍ଟାର, ଦ୍ୱତୀୟ ସେମିଷ୍ଟାର ଓ ତୃତୀୟ ସେମିଷ୍ଟାର ଫଳାଫଳ ଶୀଘ୍ର ପ୍ରକାଶ କରିବା ପାଇଁ ଏହି ଦାବି ହୋଇଛି। ଯଥାଶୀଘ୍ର ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ଛାତ୍ର କଂଗ୍ରେସ ଆଗାମୀ ଦିନର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ପ୍ରଧାନୀ ପ୍ରକାଶ କରିଛନ୍ତି। ଏହି ପ୍ରତିନିଧି ଦଳରେ ଛାତ୍ର କଂଗ୍ରେସର ଉପସଭାପତି ଯୁବରାଜ ବୈସାଲ, ଗଣେଶ ଛତ୍ରିଆ, କନ୍ଧର୍ପ ଶବର, ମଣ୍ଟୁ ସାହୁ, ବାସୁଦେବ ବାଗ, ସୁବାଷ ପ୍ରଧାନ ଏବଂ ଛାତ୍ର କଂଗ୍ରେସର ଉପଦେଷ୍ଟା ମହମ୍ମଦ ସାହେବ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.