କୋକସରା/ ଓଡ଼ିଆ ବାର୍ତ୍ତା (ହିରଣ୍ୟ ବେହେରା): ନିତି ପ୍ରତିଦିନ ରାତିରେ ଚୋର, ଡକାୟତଙ୍କ ଉତ୍ପାତ ଦେଖାଦେଉଥିବାରୁ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି । ତେଣୁ କୋକସରା ଥାନା ମୋଟେର ଫାଣ୍ଡି ଅଧୀନରେ ଥିବା ଘୁମେରଗୁଡା (ମାଝୀପଡା) ଗାଁର ଯୁବକମାନେ ପ୍ରତିଦିନ ଅନିଦ୍ରା ରହି ଗାଁରେ ପହରା ଦେଉଛନ୍ତି । ହେଲେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଜାରି ରଖିବାକୁ ଗ୍ରାମବାସୀଙ୍କ ତରଫରୁ କଡାକଡି ପେଟ୍ରୋଲିଙ୍ଗ ପାଇଁ ନିବେଦନ କରିଛନ୍ତି । ଫାଣ୍ଡି ଅଧିକାରୀ ଶ୍ରୀ ଆଚାର୍ଯ୍ୟ ଲୋକଙ୍କୁ ସ୍ୱାନ୍ତନା ଦେଇ ପେଟ୍ରୋଲିଙ୍ଗ ତ ସବୁଦିନ ହେଉଛି, କିନ୍ତୁ ମୋଟେର ଫାଣ୍ଡି ଅଧୀନରେ ଥିବା ସମସ୍ତ ଗାଁକୁ ଦିନକରେ ପେଟ୍ରୋଲିଙ୍ଗ କରିବା ସମ୍ଭବ ହେଉନି ଏଣୁ ଏଥିପାଇଁ ଜନସାଧାରଣ ସଚେତନ ହୋଇ ପୋଲିସକୁ ସହଯୋଗ କରି ଗୁଜବକୁ ବିଶ୍ୱାସ ନ କରି ଅଚିହ୍ନା ଲୋକଙ୍କୁ ସମସ୍ତ ପରିଚୟ ଅସୁଲ କରି ଆଇନକୁ ହାତକୁ ନ ନେଇ ଯଦି ସେମିତି କିଛି ବ୍ୟକ୍ତି ବିଶେଷଙ୍କୁ ଧରନ୍ତି ତାହେଲେ ପୋଲିସକୁ ହସ୍ତାନ୍ତର କରନ୍ତୁ ବୋଲି ସଚେତନ କରିଥିଲେ । ଏନେଇ ଆଜି ଘୁମେରଗୁଡା(ମାଝିପଡ଼ା)ର ଶତାଧିକ ଗ୍ରାମବାସୀ ମୋଟେର ଫାଣ୍ଡିରେ ପହଞ୍ଚି ଗାଁକୁ ସୁରକ୍ଷା ଓ ପୋଲିସ ପାଟ୍ରୋଲିଂ ଦାବୀରେ ମୋଟେର ଫାଣ୍ଡି ଅଧିକାରୀ ମନରଞ୍ଜନ ଆଚାର୍ଯ୍ୟଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିରେ ଗ୍ରାମର ଦେବେନ୍ଦ୍ର ପଣ୍ଡା ଚିତ୍ରସେନ ଯାଦବ, ୱାର୍ଡସଭ୍ୟ ଜଗନ୍ନାଥ ଘି, ଚକ୍ରଧର ଘି, ଚିତ୍ତରଞ୍ଜନ ମାଝୀ, ପ୍ରଦ୍ୟୁମ୍ନ କୁମାର ମାଝୀ, ମହାଦେବ ବାଗ, ବାଳ ମୁକୁନ୍ଦ ସିଂହ, ମଧୁ ଧଙ୍ଗଡ଼ାମାଝି, ଗୋପବନ୍ଧୁ ସିଂହ,ବେଣୁଧର ହଂସ,ସଞ୍ଜୟ ସିଂହ, ନୀଳାମ୍ବର ଚଣ୍ଡି, କ୍ଷୀରସିନ୍ଧୁ ବନ୍ଦୀଛୋଡ, ଅମନ ଗହୀର, ଯାଦବ ବାଗ, ପବିତ୍ର ଚଣ୍ଡି, ପିତାମ୍ବର ବିଶି ପ୍ରମୁଖ ସମେତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।