ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଆଶ୍ରମ ବିଦ୍ୟାଲୟର ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗୋକୁଳ ରାମ ଦଣ୍ଡସେନା ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟା ତଥା ଅବିଭାବକ ଅବିଭାବିକା ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଶିକ୍ଷକ କୌଶିକ ସା ଅତିଥି ସ୍ୱାଗତ କରି ପରିଚୟ ପ୍ରଦାନ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପୁରାତନ ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକାଳ ତିନି ବର୍ଷ ପୂରଣ ହୋଇଥିବାରୁ ଆଜିର ବୈଠକରେ ନୂତନ ପରିଚାଳନା କମିଟି ଗଠନ ପାଇଁ ପ୍ରସ୍ତାବ ଆଗତ କରି ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ସଭାପତି ଭାବରେ ଯୋଗୀନ୍ଦ୍ର ନାଗଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବରେ ରେମତି ମାଝୀଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ସେହିପରି ଅନ୍ୟାନ୍ୟ ସଦସ୍ୟ ସଦସ୍ୟାଙ୍କୁ ମଧ୍ୟ ମନୋନୀତ କରାଯାଇଛି। ଏହି ଅବସରରେ ଗୋର୍ଲା ସରପଞ୍ଚ ଦମୟନ୍ତି ଦଣ୍ଡସେନା, ପୂର୍ବତନ ସରପଞ୍ଚ ଦିଲ୍ଲୀପ ମାଝୀ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କମଳ ସିଂ ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦେବାନନ୍ଦ ବାଗ ପ୍ରମୁଖ ମଞ୍ଚସିନ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଦିଗ୍ରେରାଜ ସା, ଜୟସିଂ ମହାନନ୍ଦ ସହଯୋଗ କରିଥିଲେ। ଶେଷରେ ସ୍ଥାନୀୟ ଶିକ୍ଷକ ହରେକୃଷ୍ଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।