ଭୀମ ଆର୍ମୀ ଭାରତ ଏକତା ମିଶନ କଳାହାଣ୍ଡି ପକ୍ଷରୁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭୀମ ଆର୍ମୀ ଭାରତ ଏକତା ମିଶନ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ଏସ୍ଏନ୍ କନଫରେନ୍ସ ହଲ୍ ଠାରେ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ପ୍ରଶିକ୍ଷକ ତଥା ମୂଖ୍ୟ ଅତିଥି ଭାବରେ ନବରଙ୍ଗପୁର ଜିଲ୍ଲା ସଂଯୋଜକ ଧୀମାନ୍ ଚିନ୍ନିଲାଲ ମିର୍ଜା ଭାବେ ଯୋଗଦାନ କରିଥିଲେ। ମୂଖ୍ୟ ଅତିଥି ଶ୍ରୀ ମିର୍ଜା ଭୀମ ଆର୍ମୀର କାର୍ଯ୍ୟକର୍ତ୍ତା, ବହୁଜନ ସମାଜର ମହାପୁରୁଷ ମାନଙ୍କ ମାନବତାବାଦୀ ବିଚାରଧାରାକୁ ପ୍ରତ୍ୟେକ ସମାଜରେ ପହଞ୍ଚାଇବାକୁ କିପରି ସଫଳତା ହାସଲ କରିବେ ସେ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ସମାଜରୁ ଅନ୍ଧବିଶ୍ୱାସ ଓ ପାଖଣ୍ଡବାଦକୁ ଦୂର କରିବା ପାଇଁ ତଥାଗତ ବୁଦ୍ଧ, ମହାତ୍ମା ଫୁଲେ, ପେରିୟାର, ସନ୍ଥ କବୀର, ଗୁରୁ ରବିଦାସ, ସନ୍ଥ ତୁକାରାମ, ଗୁରୁ ଘାସିରାମ ଙ୍କ ଠାରୁ ଆରମ୍ଭ କରି ବାବାସାହେବ ଓ ମାନ୍ୟବର କାଂଶୀରାମ ସାହେବଙ୍କ ପ୍ରଦର୍ଶିତ ମାର୍ଗର ଅନୁସରଣ କରିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଅବସରରେ ଭୀମ ଆର୍ମୀ ରାଜ୍ୟ ଉପାଧ୍ୟକ୍ଷ ଧୀମାନ୍ ଆଶିଷ ରଞ୍ଜନ ନାଏକ, ରାଜ୍ୟ ସାଧାରଣ ସଚିବ ଧୀମାନ୍ ଜଗଜ୍ଜୀବନ କୁମାର, ରାଜ୍ୟ ସଚିବ ଧୀମାନ୍ ବଣ୍ଟି ବାଗ, କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧୀମାନ୍ ରଜନୀକାନ୍ତ ସମର୍ଲିଆ ପ୍ରମୁଖ ମଞ୍ଚାସୀନ ଥିଲେ। ସେହିପରି ନବରଙ୍ଗପୁର ଜିଲ୍ଲା ସଭାପତି ଗଙ୍ଗାରାମ କଚିମ୍, ବରିଷ୍ଠ କାର୍ଯ୍ୟକର୍ତ୍ତା ଦୀପକ୍ କୁମାର ଓ ସୋନପୁର ଜିଲ୍ଲାରୁ ଇନ୍ଦ୍ରମଣି ଜାଲ, ସୁଶାନ୍ତ ମଲ୍ଲିକ ପ୍ରମୁଖଙ୍କ ସମେତ କୋରାପୁଟ, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.