ନର୍ଲାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମେଳନ କକ୍ଷଠାରେ ଆଜି ସୋମବାର ଦିବା ୧୦ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ ପରଠୁଁ ଗତ ଦୁଇ ବର୍ଷ ଧରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ନର୍ଲାରେ ହୋଇପାରିନଥିଲା । କୋଭିଡ ପରେ ପରେ ଗତ ଅପ୍ରେଲ ୨୫ ସୋମବାର ଜିଲ୍ଲାରେ ପ୍ରଥମ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ସୋମବାର ଅଗଷ୍ଟ ୮ ନର୍ଲାରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିକୂଳ ପାଗ ସତ୍ୱେ କଳାହାଣ୍ଡିର ନୂତନ ଜିଲ୍ଲାପାଳ ପି. ଅନ୍ୱେଶା ରେଡ୍ଡି ନିଜେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ମାନ ଶୁଣିବା ସହିତ ଅଭିଯୋଗ ପତ୍ର ସବୁ ଗ୍ରହଣ କରି ଏସବୁର ତୁରନ୍ତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ପିଡବ୍ଲୁଡି ରାସ୍ତାର ମରାମତି, କୃଷି ବିଭାଗରେ ହେଉଥିବା ଅନିୟମିତତା ଓ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ତଥ୍ୟ ନ ଦେବା, ତଥ୍ୟ ଲୁଚାଇବା ଭଳି ପ୍ରସଙ୍ଗ, ବିଦ୍ୟୁତ ସମସ୍ୟା ଉପରେ ବିଶେଷ ଅଭିଯୋଗ ସବୁ ଆସିଥିବା ଦେଖିବାକୁ ମିଳିଥିଲା । ଏଭଳି ବିଭିନ୍ନ ବିଷୟ ଉପରେ ୨୯୩ ଜଣ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ଗୁହାରୀ ଶୁଣିବା ସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଚାର ବିମର୍ଷ କରି କାର୍ଯ୍ୟ ତ୍ୱରାନ୍ୱୀତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକ୍ରମଟିକୁ ନର୍ଲା ବିଡିଓ ବାସନ୍ତୀ ସେଠୀ ପରିଚାଳନା କରିଥିବା ବେଳେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ ଓ ନର୍ଲା ବ୍ଲକ୍ଳ ସେକ୍ସନ ଅଫିସର ଦିଗ ପଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡିଙ୍କ ସମେତ କଳାହାଣ୍ଡି ଏସପି ଅଭିଳାଷ ଜି, ନର୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଭବାନୀପାଟଣା ଉପ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ବିଭାଗ, ସିଡିଏମଓ, ଡିଏସ୍ଓ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ୍ତ ସାହୁ, ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ପ୍ରମୂଖ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ । ବିଶେଷ କରି ଆବାସ ଯୋଜନା ଘର, ଗ୍ରାମ୍ୟ ଜଳ ଯୋଗାଣ ରେ ଅନିୟମିତତା ଉପରେ ଅଭିଯୋଗ ମାନ ହୋଇଥିବା ଦେଖିବାକୁ ମିଳିଥିଲା । ଲାଇନ୍ ବିଭାଗ ଗୁଡିକର ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଆସିଥିବା ବିଷୟ ଗୁଡିକର ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେନର୍ଲା ଆଇଆଇସି ଗଙ୍ଗାଧର ମେହେର, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ନର୍ଲା ବ୍ଲକ୍ କୃଷି ଅଧିକାରୀ ରଜତ ମିଶ୍ର, ନର୍ଲା ମେଡିକାଲ ଅଫିସର ସନତ କୁମାର ଶତପଥି, ବିପିଏମ୍ ସବୀର ପଧାନ, ଆରଡବ୍ଲୁଏସଏସ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ଏମଆଇ ବିଭାଗ ନର୍ଲାର କନିଷ୍ଠ ଯନ୍ତ୍ରୀ ସୌମ୍ୟ ମାଝୀ, ଆର୍ଡି ବିଭାଗର ଅଧିକାରୀ ବୃନ୍ଦ, କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ବୃନ୍ଦ, ଅବକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକ ଉପରେ ଅବଗତ କରାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.