ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ୍‌, ଯାତାୟତ ବାଧାପ୍ରାପ୍ତ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଧର୍ମଗଡ-ଜୁନାଗଡ଼ ମୁଖ୍ୟ ରାସ୍ତା ବଡ଼ବାସୁଲ ଠାରେ ଥିବା ହାଳେରଜୋର ଆପ୍ରୋଚ ପୋଲ ଧୋଇଯାଇଛି। ଯାହାଫଳରେ ଧର୍ମଗଡ ଜୁନାଗଡ଼ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ତେବେ ନୂତନ ପୋଲ କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଯାତାୟତ ପାଇଁ ଅସ୍ଥାୟୀ ଭାବେ ଅପରୋଚ ପୋଲ ନିର୍ମାଣ କରାଯାଇଥିଲା। କିନ୍ତୁ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାରୁ ବର୍ତମାନ ଅପରୋଚ ପୋଲ ଧୋଇ ହୋଇଯାଇଛି। ଏହାକୁ ମିଶାଇ ଚଳିତ ବର୍ଷାରେ ଏହି ଅପରୋଚ ପୋଲ ତିନି ଥର ଧୋଇଗଲାଣି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.