ହାତୀ ନଦୀରେ ଫସିଥିବା ଚାରିଜଣ ଡ଼୍ରାଇଭରଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗି ରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀ ଗୁଡ଼ିକର ଜଳ ପତ୍ତନ ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ଜିଲ୍ଲାର ଜୁନାଗଡ଼ ହାତୀନଦୀର ମାଟିଗାଁ ଘାଟକୁ ଟ୍ରାକ୍ଟରରେ ବାଲି ଉଠାଇବାକୁ ଯାଇଥିବା ଚାରି ଜଣ ଡ୍ରାଇଭର ପାଣିରେ ଫସି ଯାଇଥିଲେ। ନଦୀ ଉପରେ ହଠାତ୍ ପ୍ରବଳ ସ୍ରୋତ ମାଡି ଆସିବାରୁ କୌଶଳ କ୍ରମେ ଏହି ଚାରି ଜଣ ଡ଼୍ରାଇଭର ଟ୍ରାକ୍ଟରର ଉପରିଭାଗ ଛାତ ଉପରେ ଚଢ଼ି ଯାଇଥିଲେ। ପରେ ଡ଼୍ରାଇଭର ସଂଘ ଏହା ଜାଣିପାରି ଜୁନାଗଡ଼ ଅଗ୍ନିଶମ ବିଭାଗକୁ ଖବର ଦେଥିଲେ। ସାଙ୍ଗେ ସାଙ୍ଗେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପ୍ରାୟ ୩ କିଲୋମିଟର ଚାଲି ଚାଲି ଘଟଣା ସ୍ଥଳକୁ ଯାଇଥିଲେ। ଦୀର୍ଘ ସମୟର ପ୍ରଚେଷ୍ଟା ପରେ ଡ଼୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ଡ୍ରାଇଭରମାନେ ହେଲେ ଉପେନ୍ଦ୍ର ପଟେଲ, ସୁଶାନ୍ତ ପଟେଲ, ବିଶ୍ଵନାଥ ଗଉଡ, ଖଗେଶ୍ବର ମାଝୀ। ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ଅପୂର୍ବ ରଞ୍ଜନ ସାହୁ, ଏଲଏ ଫାଏମ୍, ଶିବରାମ ବିଶ୍ଵାଳ, ରମେଶ ଚନ୍ଦ୍ର ବେହେରା, ଜଗନ୍ନାଥ ପଟେଲ, ରାଜକୁମାର ମାଝୀ, ମନୋଜ କୁମାର ବିଶ୍ବାଳ, ଡ୍ରାଇଭର ହାବିଲଦାର ଯେ କାଣ୍ଡି ପ୍ରମୁଖ ନିୟୋଜିତ ରହି ଫସି ରହିଥିବା ଡ଼୍ରାଇଭର ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଅଗ୍ନିଶମ ବିଭାଗର ତ୍ବରିତ ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.