ମାନଝରୀ-ତୁମୁରା ରାସ୍ତା ବିପର୍ଯ୍ୟସ୍ତ, ମରାମତି ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ମାନଝରୀ ପଞ୍ଚାୟତର ତୁମୁରା ଠାରୁ ମାନଝରୀ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ରାସ୍ତାସାରା ଖାଳଖମାରେ ପୂର୍ଣ୍ଣ ହୋଇଥିବା ବେଳେ ବର୍ଷା ଦିନରେ ଏହା ଗମନାଗମନ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ତୁମୁରା ଗ୍ରାମବାସୀ ଏହି ରାସ୍ତା ଦେଇ ପଞ୍ଚାୟତ ଅଫିସକୁ ପିଡିଏସ ଚାଉଳ ଓ ଅନ୍ୟାନ୍ୟ କାମରେ ଯାଇଥାନ୍ତି। ଏହି ରାସ୍ତା ବ୍ଲକ ଜରିଆରେ ମରାମତି ହେବା କଥା। କିନ୍ତୁ ଦୀର୍ଘ ବର୍ଷ ହେଲା ଏହି ରାସ୍ତାରେ ମୁରୁମ ଟିକେ ହେଲେ ପଡ଼ିନାହିଁ। ଗୋଲାମୁଣ୍ଡା ବ୍ଲକର ୨୮ଗୋଟି ଗ୍ରାମପଞ୍ଚାୟତର ବିଭିନ୍ନ ରାସ୍ତା ମରାମତି ହୋଇଛି କିନ୍ତୁ ମାନଝରୀ ଠାରୁ ତୁମୁରା ମୁଖ୍ୟ ରାସ୍ତାକୁ ଅଣଦେଖା କରାଯାଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବର୍ଷା ଦିନରେ ଏହି ରାସ୍ତା ଉପରେ ଯିବା ଆସିବା ପାଇଁ ଅନୁପଯୁକ୍ତ ହୋଇପଡିଛି। ତେଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.