ଧର୍ମଗଡ଼ରେ ଓବିସି ଏସ୍‌ଟି ଏସ୍‌ସି ମହାମଞ୍ଚ ପକ୍ଷରୁ ଜନଗର୍ଜନ ସମାବେଶ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ଦଫା ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଓବିସି ଏସ୍‌ଟି ଏସ୍‌ସି ମିଳିତ ମହାମଞ୍ଚ ପକ୍ଷରୁ ଆଜି ଧର୍ମଗଡଠାରେ ଜନଗର୍ଜନ ସମାବେଶ ଆୟୋଜିତ ହୋଇଯାଇଛି। ସମାବେଶରେ ସାମିଲ କର୍ମକର୍ତ୍ତା ପ୍ରଥମେ ବିଜୁ ଏକ୍ସପ୍ରେସ ୱେ ର ଗୋଡଭଞ୍ଜା ଗୋଲେଇ ଛକଠାରେ ଏକତ୍ରିତ ହେବାପରେ ବାଇକ୍ ରାଲିରେ ଧର୍ମଗଡ ସହର ପରିକ୍ରମା କରିଥିଲେ। ପରେ ଧର୍ମଗଡ କୋର୍ଟ ସମ୍ମୁଖରେ ଜନଗର୍ଜନ ସଭା ଆୟୋଜିତ ହୋଇଥିଲା। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଲ ଏଥିରେ ଅଧ୍ୟକ୍ଷତା‌ କରିଥିଲେ। ସଭାରେ ମୁଖ୍ୟତଃ ୧୦ଟି ଦାବି ଉଠିଥିଲା। ଦାବୀଗୁଡିକ ହେଲା – ଉଚ୍ଚ ଶିକ୍ଷା ଓ ବୃତ୍ତିଗତ ଶିକ୍ଷାରେ ଓବିସି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ୨୭% ସ୍ଥାନ ସଂରକ୍ଷଣ ପ୍ରଦାନ, ଜାତିଭିତିକ ଜନଗଣନା, ୩ୟ ଓ ୪ର୍ଥ ଶ୍ରେଣୀ ପଦବୀ ଏବଂ ପ୍ରାଥମିକ ଶିକ୍ଷକ ପଦବୀ ସିଟି, ଡିଆଇଇଟି, ବିଇଡି ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀ ଚୟନରେ ଜିଲ୍ଲାଭିତ୍ତିକ କାର୍ଯ୍ୟ କରିବା, ଜିଲ୍ଲାର ଆଶ୍ରମ ସ୍କୁଲମାନଙ୍କରେ ଅନୁସୂଚୀତ ଛାତ୍ରଛାତ୍ରୀଙ୍କ ପାଇଁ ୩୦% ସଂରକ୍ଷଣ, ରାଜ୍ୟରେ ମଣ୍ଡଳ କମିଶନଙ୍କ ସମସ୍ତ ସୁପାରିଶ ଲାଗୁ, ମନରେଗାରେ ସବୁ ବର୍ଗର ଶ୍ରମିକମାନଙ୍କୁ ସମାନ ସମୟରେ ପାରିଶ୍ରମିକ ପ୍ରଦାନ ଆଦି ଅନ୍ତର୍ଭୁକ୍ତ। ସଭା ଶେଷରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଚିନ୍ମୟ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମିଳିତ ମହାମଞ୍ଚର କର୍ମକର୍ତ୍ତା ଦିଗାମ୍ବର ଦୁରିଆ , ଡାକେଶ୍ୱର ଲହଜଲ, ଡମ୍ବରୁଧର ଲହଜଲ, ରତନ ନାଏକ, ସେତୁରାମ ଭକ୍ତ, ଟିପିଗୁଡା ସରପଞ୍ଚ ହାତୀରମ ଦୁର୍ଗା, ଟିକେରାମ ସାହୁ, ଲବଣି ଯାଦବ, ଗଡ଼ିଆଜୋର ସମିତି ସଦସ୍ୟ ଶଙ୍କର ନାଏକ, ଯୁବ ଯାଦବ ନେତା ଲିଙ୍ଗରାଜ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.