ବାଲିଗୁଡ଼ାରେ ୧୨୭ ସିଆରପିଏଫ୍ ବାଟାଲିୟନ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ”। ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଅବସ୍ଥିତ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମାଣ୍ଡାଣ୍ଟ୍ ଆନନ୍ଦ ଝା ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବାଟାଲିୟନର ଅନ୍ୟ ପଦାଧିକାରୀ ଓ ଜବାନଙ୍କ ସହ ବାଲିଗୁଡ଼ା ବଣିକ ସଂଘ, ଅଟୋ ଚାଳକ ସଙ୍ଘର ସଦସ୍ୟଙ୍କ ସମେତ ସହରର ବହୁ ଜନସାଧାରଣ ସାମିଲ୍ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟରେ ସମସ୍ତେ ଏକାଠି ହୋଇ ହାତରେ ତ୍ରିରଙ୍ଗା ଧରି “ବନ୍ଦେ ମାତରଂ” “ଭାରତ ମାତା କି ଜୟ” ସ୍ଲୋଗାନ୍ ମାନ ଦେଇ ସହରର ମୁଖ୍ୟ ବଜାର ଦେଇ ଏକ ବିଶାଳ ପଦଯାତ୍ରା ଓ ବାଇକ ଶୋଭାଯାତ୍ରାରେ ବାହାରି ବାଲିଗୁଡ଼ା ଥାନା ପରିସରରେ ଥିବା ସିଆରପିଏଫ୍ କ୍ୟାମ୍ପରେ ପହଁଚି ଥିଲେ। ଏହାପରେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଭାରତ ମା’ ର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ କମାଣ୍ଡାଣ୍ଟ୍ ଶ୍ରୀ ଝା। ଏହାସହ ଶ୍ରୀ ଝା ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ଜଣେ ଭାରତୀୟ ନାଗରିକ ଭାବେ ନିଜକୁ ଗର୍ବ କରିବାକୁ କରିବାକୁ ଆହ୍ବାନ୍ ଦେଇଥିଲେ। ଜନସାଧାରଣଙ୍କୁ ସାଥିରେ ନେଇ ସିଆରପିଏଫ୍ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.