ବିଷାକ୍ତ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଫଟକି ପଂଚାୟତ ଅଧୀନ ଲୁଧୁଆପଡା ଗ୍ରାମର ଲଖନ ହରିଜନଙ୍କ ସ୍ତ୍ରୀ ବେଳ ହରିଜନ (୪୬) ସାପ କାମୁଡାରେ ମୃତ୍ୟୁ ମୁଖରେ ପଡିଥିବା ଜଣାପଡିଛି। ପୋଲିସ ସୂତ୍ର ଅନୁସାରେ ଶନିବାର ରାତିରେ ଲୁଧୁଆପଡା ଗ୍ରାମର ବେଳ ହରିଜନ ସବୁଦିନ ପରି ନିଜ ସ୍ୱାମୀ ଲଖନ ହରିଜନ ଏବଂ ପରିବାରର ଅନ୍ୟମାନଙ୍କୁ ଖାଇବାକୁ ଦେଇ ନିଜେ ଖାଇ ସାରି ଶୋଇ ପଡ଼ିଥିଲେ। ତେବେ ଶୋଇଥିବା ସମୟରେ ଏକ ବିଷାକ୍ତ କଲେତ ସାପ ବେଳଙ୍କୁ କାମୁଡି ଦେବା ଫଳରେ ସେ ଅଚେତ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ୧୦୮ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ସେଠାରେ ଡାକ୍ତର ସନ୍ଧିପ ଶତପଥି ଏବଂ ଡାକ୍ତର ମନିଷ କୁମାର ପୁରୋହିତଙ୍କ ଚିକିତ୍ସା ପରେ ସ୍ଵାସ୍ତ୍ୟର କୌଣସି ଉନ୍ନତି ନହେବାରୁ ତାଙ୍କୁ ଉମରକୋଟକୁ ରେଫର କରାଯାଇଥିଲା। ଆଜି (ରବିବାର) ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ। ମୃତ ବେଳଙ୍କ ସ୍ୱାମୀ ଚନ୍ଦାହାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଚଳେଇ ଥିବା ଥାନା ଅଧିକାରୀ ପ୍ରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି। ଏନେଇ ଚନ୍ଦାହାଣ୍ଡି ଥାନା ୟୁଡି କେସ ନଂ. ୧୦/୨୨ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏଏସଆଇ ହୃଷିକେଶ ପଟେଲଙ୍କୁ ଦେଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.