ସ୍ଥାୟୀ ରାସ୍ତା ନିର୍ମାଣ ଦାବି ଶୁଣିଲାନି ପ୍ରଶାସନ, ତଲିରୋଇ ପ୍ରତିବାଦ କଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମହିମା ଠାରୁ ଟେମେରା ପୁରୁଣା ଭାଟି ରାସ୍ତା ପ୍ରତିବର୍ଷ ମରାମତି ହେଉଥିଲେ ମଧ୍ୟ ରାସ୍ତା ଅବସ୍ଥାରେ ସୁଧାର ଆସୁନାହିଁ । ଫଳରେ ଯାତାୟତ କରିବାରେ ଲୋକେ ବୁହୁ ଅସୁବିଧାର ସମ୍ମୁଖିନ ହୋଇଆଛୁନ୍ତି । ତେବେ ସ୍ଥାୟୀ ରାସ୍ତା ନିମନ୍ତେ ଗ୍ରାମବାସୀ ବହୁବାର ଅଭିଯୋଗ ସତ୍ୱେ କୌଣସି ସୁଫଳ ମିଲିପାରିନାହିଁ । ଏନେଇ ମହିମା ଗ୍ରାମବାସୀ ଅଭିନବ ଉପାୟରେ ରାସ୍ତାରେ ତଲିରୋଇ ପ୍ରତିବାଦ ଜଣାଇଛନ୍ତି । ସୂଚନା ଅନୁସାରେ, ଟେମରା ପୁରୁଣା ଭାଟି ରାସ୍ତା ଠାରୁ ମହିମା ଦେଇ ଭୁର୍ଷାଗୁଡା ବିଜୁ ଏକ୍ସପ୍ରେସ ୱେ ରାସ୍ତା ପର୍ଯ୍ୟନ୍ତ ପ୍ରାୟ ୪କିମି ରାସ୍ତା ନିର୍ମାଣା କରିବା ପାଇଁ ମହିମା ପଞ୍ଚାୟତବାସୀ ସ୍ଥାନୀୟ ସରପଞ୍ଚ, କୋକସରା ବିଡିଓ, ଜିଲାପାଳ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଲ ମିଲି ନଥିବା ଅଭିଯୋଗ କରିଛନ୍ତି । ଏମିତିକି ପୂର୍ବରୁ ମହିମା ପଞ୍ଚାୟତବାସୀ ୮ଗୋଟି ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ବେଳେ ମୁଖ୍ୟ ଦାବି ରହିଥିଲା ଟେମରା ପୁରୁଣା ଭାଟି ରାସ୍ତା ଠାରୁ ମହିମା ରାସ୍ତା । ସେହି ସମୟରେ ଆନ୍ଦୋଳନ ସ୍ଥାନରେ ପ୍ରଶାସନିକ ଅଧିକାରୀ ମାନେ ଆସି ଦାବି ପୁରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ରାସ୍ତାର ସ୍ଥାୟୀ ସମାଧାନ ହୋଇ ପରିନାହିଁ । କେବଳ ଠିକାଦାର ପେଷା ନିତୀରେ ପ୍ରତିବର୍ଷ ବ୍ଲକ ପ୍ରଶାସନ ପକ୍ଷରୁ ମରାମତି କରାଯାଉଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁଁ ବର୍ଷା ସମୟ ଆସିଲେ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥାଏ । ଏହି ରାସ୍ତା ଦେଇ ସ୍କୁଲ ଓ କଲେଜ ପିଲା କୋକସରା ଯିବା ଆସିବା କରିବାରେ ଅନେକ ଅସୁବିଧା ଭୋଗୁଥିବା ବେଳେ ବର୍ଷାଦିନେ କାହାରି ସ୍ୱାସ୍ଥ୍ୟ ଖରାପହେଲେ ଆମ୍ବୁଲାନ୍ସ ଆସିବାରେ ନାହିଁ ନଥିବା ଅସୁଭିଧାର ସମ୍ମୁଖିନ ହୋଇଥାଏ । ଅନ୍ୟପଟେ ଏହି ରାସ୍ତାଟି ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାକୁ ମଧ୍ୟ ସଂଯୋଗ କରୁଥିବାରୁ ଯାତ୍ରୀମାନେ ମଧ୍ୟ ଯାତାୟରେ ଅସୁବିଧା ଭୋଗୁଛନ୍ତି । ଏନେଇ ମାହିମା ଗ୍ରାମର ମହେଶ୍ୱର ନାଏକ, ଘାସିରାମ ଦୂରିଆ, ଉମିରାମ ନାଏକ, ପବିତ୍ର ନାଏକ, ସୁଧୀର ସାହୁ ରଞ୍ଜନ କୁମାର ସାହୁ, ମହିଲା ଦୁତିକା ନାଏକ, ସୁରେଶ୍ୱରୀ ସୁନାନୀ, କୁଷୁମା ପୁଝାରୀ, ମେଙ୍ଗ ପୁଝାରୀ, ଅମ୍ବିକା ନାଏକ, ତରୁଣୀ ନାଏକ, ସଞ୍ଜୁ ନାଏକ, ମହିମା ସରପଞ୍ଚ ଇଶରାମ କୋଲଥିଆ, ସମିତି ସଭ୍ୟ ଘନଶ୍ୟାମ ନାଏକ, ୱାର୍ଡ ସଭ୍ୟା ଦକ୍ଷସୂତା ନାଏକ, ଭରବଙ୍କନଶ୍ୱର ନାଏକ, ଭଦ୍ରଶ୍ୱର ପାତ୍ର, ଦୁଃଖିଶ୍ୟାମ ମାଝୀ, ନିଲାମ୍ବର ନାଏକ, ଦେବିସିଂ ମାଝୀ ସମେତ ବହୁଲୋକେ ଏକତ୍ରିତ ହୋଇ ରାସ୍ତାରେ ତଲିରୋଇ ପ୍ରତିବାଦ କରିଛନ୍ତି । ଏବଂ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ କରା ନଗଲେ ପୁଣିଥରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏନେଇ ଧର୍ମଗଡ ବିଧାୟକ ମୌଷଧି ବାଗଙ୍କ ମତାମତ ନେବାରୁ ଏହି ରାସ୍ତା ପାଇଁ ମୁଖ୍ୟ ମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି, ଆଗମୀ ଦିନରେ ରାସ୍ତାଟି ମୁଖ୍ୟ ମନ୍ତ୍ରୀ ସଡକ ଯୋଜନାରେ କାର୍ଯ୍ୟକାରୀ ହେବ । ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ମଧ୍ୟ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଛି । ଯେହେତୁ ସେହି ରାସ୍ତାଟି ୫ କିମି. ହେଉନାହିଁ ତେଣୁ ଗ୍ରହଣିୟ ହୋଇ ନାହିଁ । ବର୍ତ୍ତମାନ ସମୟରେ ବିଡିଓ ସହିତ ଆଲୋଚନା କରି ରାସ୍ତା ନିର୍ମାଣ କରିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.