ବୁଢିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ରାଜ୍ୟ ସରକାର ଦୁଇହଳ ପୋଷାକ ସହିତ ଜୋତା ଓ ମୋଜା ଯୋଗାଇ ଦେଉଛନ୍ତି। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଚାଲିଛି ପୋଷାକ ବିତରଣ ଉତ୍ସବ। ସେହି କ୍ରମରେ ନର୍ଲା ବ୍ଲକ ବଲବସପୁର କ୍ଲଷ୍ଟର ଅଧିନ ବୁଢିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ମାଝୀ, ସଦସ୍ୟ କାର୍ତ୍ତିକ ଭୋଇ ଓ ବୃଷଭ ମାଝୀ ପ୍ରମୁଖ ଉପସ୍ଥିତ ରହି ସ୍କୁଲର ୧୧୫ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡୁଲେଶ୍ବର ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ସରୋଜିନୀ ବଗର୍ତ୍ତି, ସତ୍ୟଭାମା ପଣ୍ଡା, ସହକାରୀ ଶିକ୍ଷକ ଦୁର୍ଗା ମାଧବ ତ୍ରିପାଠୀ ଓ ସ୍ଵରାଜ କୁମାର ସାମନ୍ତରାୟ ସହଯୋଗ କରିଥିଲେ। ଏବର୍ଷ ପୋଷାକର ମାନ ଉତ୍ତମ ରହିଛି ବୋଲି ବିଦ୍ୟାଳୟ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଏବଂ ଉପସ୍ଥିତ ଅବିଭାବକମାନେ ମତ ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.