ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ କିର୍କାକାନୀ କେନାଲ ହୁଡା ନିକଟସ୍ଥ ଏକ ଗଛ ଉପରେ ପ୍ରେମୀ ଯୁଗଳଙ୍କ ମୃତଦେହ ଆଜି ଦେଖିବାକୁ ମିଳିଛି। ମୃତକ ହେଲେ ପାର୍ଥ ରାଉତ(୨୩) ଓ ଦୀପା ନାଏକ(୧୬) ବୋଲି ଜଣାପଡିଛି। ମୃତ ଛାତ୍ରୀ ଜଣକ ସୋସିଆ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ବୋଲି ତାଙ୍କ ପାଖରୁ ମିଳିଥିବା ପରିଚୟପତ୍ରରୁ ଜଣାପଡିଛି। ଖବର ପାଇ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଧିରଜ ଚୋପଦାର ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଉଭୟେ ଆତ୍ମହତ୍ୟା କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ପୋଲିସ ଅନୁମାନ କରୁଛି। ତେବେ ତଦନ୍ତ ପରେ ଖୁବ ଶୀଘ୍ର ସତ୍ୟ ଲୋକଲୋଚନକୁ ଆସିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.