ନର୍ଲା ଶିଶୁ ମନ୍ଦିରରେ ଘୋଷ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ମନ୍ଦିରଠାରେ ଘୋଷ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଯାଇଛି । ନର୍ଲା ଖଣ୍ଡ କାର୍ଯ୍ୟବାହ ବୁଦ୍ଧ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଭାଗ ପ୍ରଚାରକ ଚକ୍ରଧର ରାଓଙ୍କ ନେତୃତ୍ୱରେ ଆଜି (ରବିବାର) କାର୍ଯ୍ୟକ୍ରମ ସମାପନ ହୋଇଛି । ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ବିଭାଗର କଳାହାଣ୍ଡି, ନୂଆପଡା ଓ ରାୟଗଡା ଜିଲ୍ଲାର ୬୦ ଜଣ ଛାତ୍ର ଏହି ପ୍ରଶିକ୍ଷଣ ବର୍ଗରେ ଯୋଗଦାନ କରି ଘୋଷ ପ୍ରଶିକ୍ଷଣ ନେଇଥିଲେ । ଶନିବାର ପୂର୍ବହ୍ନ ୧୧ ଘଣ୍ଟା ସମୟରେ ଓଡିଶା ପଶ୍ଚିମ ସହ ବୌଦ୍ଧିକ ଶିକ୍ଷଣ ପ୍ରମୁଖ ଅରୁଣ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ । ଏହି ପ୍ରଶିକ୍ଷଣ ବର୍ଗରେ ପ୍ରଶିକ୍ଷକ ଭାବରେ ମନୋଜ କୁମାର ମୁଣ୍ଡ, ପ୍ରିୟାଂଶୁ ବେହେରା, ତେଜରାମ ମାଝୀ ଓ ଗଣେଶ ଗହୀର ପ୍ରମୁଖ ଯୋଗଦାନ କରି ଘୋଷ ଶିକ୍ଷା ପ୍ରଦାନ କରିଥିଲେ । ଆଜି ରବିବାର ଏହାର ସମାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.