ଜିଲ୍ଲା ବେସରକାରୀ କଲେଜ ଶିକ୍ଷକ ସଂଘର ଦାବୀପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭୁପିନ୍ଦର ସିଂଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଦାବୀପତ୍ର ଦେଇଛି ସଂଘ । ଆଜି ରବିବାର ରାଜ୍ୟ ଶିକ୍ଷା ବୋର୍ଡ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭୁପିନ୍ଦର ସିଂଙ୍କୁ ତାଙ୍କ ଭବାନୀପାଟଣା ସ୍ଥିତ ବାସ ଭବନରେ ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘ ତରଫରୁ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣୟ ତ୍ରିପାଠୀଙ୍କ ନେତୃତ୍ୱରେ ଶିକ୍ଷକ ସଂଘ ଆବାହକ ପ୍ରଫେସର ସୁମନ ରଥ, ଅଙ୍ଗଟା ଜିଲ୍ଲା ସଭାପତି ତୁଳସୀ ପାଢ଼ୀ, ସମ୍ପାଦକ ସୁଶାନ୍ତ ପାଢ଼ୀ, ସାଙ୍ଗଠନିକ ସମ୍ପାଦକ ବିନୋଦ ପଟ୍ଟନାୟକ, ଉପ ସଭାପତି ଭୁବନ ମୋହନ ଠାକୁର ଓ ବସନ୍ତ କୁମାର ପଣ୍ଡା, କୋଷାଧ୍ୟକ୍ଷ ପ୍ରବୀଣ ବେହେରା ଏବଂ ଅନେକ ବରିଷ୍ଠ ସଦସ୍ୟ ବେସରକାରୀ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ମଧ୍ୟରେ ଗ୍ରାଚ୍ୟୁଟିବର୍ଦ୍ଧିତ କରିବା, ବେସରକାରୀ ଶିକ୍ଷକ ତଥା କର୍ମଚାରୀ ମାନେ ଉକ୍ତ ଅନୁଷ୍ଠାନରେ ଦୀର୍ଘ ଦିନ ରହି କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ସରକାରୀ କର୍ମଚାରୀ ହେବା ପାଇଁ ସ୍ୱୀକୃତି ଦେବାରେ ବହୁତ ବିଳମ୍ବ ହେଉଥିବାରୁ ସେମାନଙ୍କ ଅବସର କାଳୀନ ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରାଯାଉ ଏଭଳି ବିଭିନ୍ନ ସମସ୍ୟା ନେଇ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭୁପିନ୍ଦର ସିଂଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.