ବିଶିଷ୍ଟ ସାଧକ ହରିହର ମିଶ୍ରଙ୍କ ସ୍ମୃତି ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଶିଶୁ ମନ୍ଦିର ପରିସରରେ ବିଶିଷ୍ଟ ସାଧକ ତଥା ଶିକ୍ଷାବିତ୍ ହରିହର ମିଶ୍ରଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ହରିହର ଗାୟତ୍ରୀ ସାଧକ ଗୁରୁ ଶ୍ରୀରାମ ଶର୍ମାଙ୍କୁ ପ୍ରଥମ ଦର୍ଶନରେ ତାଙ୍କ ମାର୍ଗ ଦର୍ଶନରେ ଅନୁପ୍ରାଣୀତ ହୋଇ ତାଙ୍କ ସହ ହରିଦ୍ୱାର ଚାଲିଯାଇଥିଲେ । ସେଠାରେ ସେ ଗାୟତ୍ରୀ ସାଧନାରେ ବ୍ରତୀ ରହିଥିଲେ । ନର୍ଲାରେ ଜନ୍ମିତ, ନର୍ଲାର ବରପୁତ୍ର ହରିହର ଗତକାଲି ଇହଲିଳା ସମ୍ବରଣ କରିଥିଲେ । ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଆଜି ଗାୟତ୍ରୀ ପରିବାର ନର୍ଲା ତରଫରୁ ଉକ୍ତ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ବିଶିଷ୍ଟ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ଚାନ୍ଦ, ସ୍ବର୍ଗତ ହରିହର ମିଶ୍ରଙ୍କ ପରିବାରର ପ୍ରତିନିଧି ଭାବରେ ବଦ୍ରୀ ପ୍ରସାଦ ମିଶ୍ର, ଅଧ୍ୟାପକ ମୋହନ ପୁଟେଲ, ଜିଲ୍ଲା ଯୁବ ସଂଯୋଜକ ତପନ କୁମାର ସାହୁ, ବରିଷ୍ଠ ପରିଜନ ଦିଗାମ୍ବର ପଧାନ, ଟୁନୁ ଗଡତିଆ ପ୍ରମୁଖ ସ୍ମୃତି ଚାରଣ କରି ସ୍ବର୍ଗତ ଶ୍ରୀ ମିଶ୍ର ମାନବ ସମାଜ ପାଇଁ ଉଦାହରଣ ସାଜିଛନ୍ତି ବୋଲି କହିଥିଲେ । ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଂଯୋଜକ ମେଦିନୀଧର ଯାନୀ, ଜହଲାଲ ବିଶ୍ୱାଳ, ଦେବରାଜ ବଗର୍ତ୍ତୀ, ତୀର୍ଥ ବୁଦ୍ଧିଆ, ଦାମୋଦର ମହାରଣା, କୈଳାସ ସା, ମାନସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ସହ ସଂଯୋକକ ଚକ୍ରଧର ସା ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ନର୍ଲା ଗାୟତ୍ରୀ ପରିବାରର ବରିଷ୍ଠ ସଦସ୍ୟ ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରକାଶ ଯୋଗ୍ୟ ଯେ, ସ୍ୱର୍ଗତଃ ମିଶ୍ର ୧୯୬୫ ମସିହାରେ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ । ଗାୟତ୍ରୀ ପରିବାରରେ ସେ ଜଣେ ସକ୍ରିୟ ସଦସ୍ୟ ଥିଲେ । ସ୍ୱର୍ଗତଃ ମିଶ୍ର ଧର୍ମଗଡ ହାଇସ୍କୁଲରେ ତାଙ୍କର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ପରେ ସେ ୧୯୬୯ ମସିହାରୁ ୧୯୭୮ ପର୍ଯ୍ୟନ୍ତ ଗାୟତ୍ରୀ ତପୋଭୂମି ହରିଦ୍ଵାରରେ ଅବସ୍ଥାନ କରି ଯୁଗ ନିର୍ମାଣ ମାସିକ ଧର୍ମୀୟ ପୁସ୍ତକର ସମ୍ପାଦକ କାର୍ଯ୍ୟ ତୁଲାଇ ଥିଲେ । ୧୯୭୨ ମସିହାରେ ତିନିଖଣ୍ଡ ଗାୟତ୍ରୀ ମହାବିଜ୍ଞାନର ଓଡ଼ିଆ ଅନୁବାଦ ଓ ୧୯୯୫ରୁ ୨୦୦୦ ମସିହାରେ ଚାରି ବେଦର ଆଠଖଣ୍ଡ ଓଡ଼ିଆ ଅନୁବାଦ ସହିତ ଏକ ଲକ୍ଷରୁ ଅଧିକ ଘରେ ବେଦ ସ୍ଥାପନ କରାଇଥିଲେ । ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ ଓଡ଼ିଆ ପ୍ରଜ୍ଞା ଅଭିଜାନର ଅନୁବାଦ, ସମ୍ପାଦନା, ମୁଦ୍ରଣ ଓ ପ୍ରକାଶନ କରିଥଲେ । ଏନେଇ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଓଡିଶା ପ୍ରାନ୍ତ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାଛଡା ତାଙ୍କୁ ରମାନାଥ ମିଶ୍ର ଫାଉଣ୍ଡଡେସନ୍, ବଲାଙ୍ଗିର ପକ୍ଷରୁ ୨୦୧୨ମସିହାରେ ଯୁଗ ବଶିଷ୍ଠ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଥିଲା । ହରିଦ୍ଵାରରୁ ଫେରିବା ପରେ ସେ ରାମକୃଷ୍ଣ ହାଇସ୍କୁଲ, ବ୍ରାହ୍ମଣ ଛେଣ୍ଡିଆରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ । ତାଙ୍କର ବିୟୋଗରେ ନର୍ଲା ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.