ଗୁରୁଙ୍କ ପାଇଁ ଦିନଟିଏ

✍🏼 ରଜତ ବଂଶଲ

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ ଗୁରୁର୍ଦେବୋ ମହେଶ୍ୱର ।
ଗୁରୁଃ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରୁଭେ ନମଃ ।

Omkar Vasthu
Omkar Vasthu

ଅର୍ଥାତ୍ ଗୁରୁ ହେଉଛନ୍ତି ବ୍ରହ୍ମା, ଗୁରୁ ବିଷ୍ଣୁ ଏବଂ ଗୁରୁ ହେଉଛନ୍ତି ଭଗବାନ ଶଙ୍କର । ଗୁରୁ ହେଉଛନ୍ତି ପ୍ରକୃତ ପରଂବ୍ରହ୍ମ । ସେହି ଗୁରୁଙ୍କୁ ପ୍ରଣାମ ।

Pearl dental clinic
Near Ashish Medical Store, Bhawanipatna

ଭାରତୀୟ ସଂସ୍କୃତିରେ ଗୁରୁ ବା ଶିକ୍ଷକଙ୍କ ସ୍ଥାନ ସର୍ବୋଚ୍ଚ । ଗୁରୁ ହିଁ ଆମକୁ ଠିକ୍ ଓ ଭୁଲ୍ ଚିହ୍ନିବାରେ ସାହାଯ୍ୟ କରନ୍ତି । ସେହି ଗୁରୁଙ୍କ ପାଇଁ ଉତ୍ସର୍ଗୀକୃତ ଦିନ ହେଉଛି ଗୁରୁଦିବସ । ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ବା ଶିକ୍ଷକ ଦିବସ ଭାବରେ ପାଳନ କରାଯାଏ । ଏହା ହେଉଛି ଡ.ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଜନ୍ମ ଜୟନ୍ତୀ । ଡ.ରାଧାକୃଷ୍ଣନ୍ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଥିଲେ । ସେ ଥିଲେ ଜଣେ ମହାନ ଶିକ୍ଷକ ଓ ଦାର୍ଶନିକ । ସେ ପ୍ରାୟ ୪୦ବର୍ଷ ଶିକ୍ଷକତା କରିଥିଲେ ।

Udyog Nursery
Udyogi Nursery

୧୯୬୨ ମସିହାରେ ସାରା ଦେଶରେ ଶିକ୍ଷକ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଥିଲା । ଡ.ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଜନ୍ମଦିନ ପାଳନ କରିବାକୁ ଛାତ୍ରମାନେ ତାଙ୍କର ଅନୁମତି ମାଗିଥିଲେ । ତେବେ ରାଧାକୃଷ୍ଣନ୍ କହିଥିଲେ ଯେ, ମୋର ଜନ୍ମଦିନ ପାଳନ କରିବା ବଦଳରେ ଶିକ୍ଷକମାନଙ୍କ ସମ୍ମାନାର୍ଥେ ଏହି ଦିନ ପାଳନ କରାଯିବା ଉଚିତ । ତା’ପରେ ସେ ନିଜେ ଶିକ୍ଷକମାନଙ୍କ ସମ୍ମାନାର୍ଥେ ଏହି ଦିନ ଗୁରୁଦିବସ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ । ସେ କହୁଥିଲେ ଯେ, ସମଗ୍ର ବିଶ୍ୱ ହେଉଛି ଏକ ବିଦ୍ୟାଳୟ, ଯେଉଁଠାରେ ଆମେ କିଛି ନା କିଛି ଶିଖିଥାଉ ।

ଡ.ରାଧାକୃଷ୍ଣନ୍ ୧୮୮୮ ମସିହାରେ ତାମିଲନାଡୁର ତିରୁତାନି ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲାଦିନ ଅତ୍ୟନ୍ତ ଦାରିଦ୍ର‌୍ୟ ମଧ୍ୟରେ ବିତିଥିଲା । ପିଲାଦିନରୁ ସେ ମେଧାବୀ ଥିଲେ । ଦାରିଦ୍ର‌୍ୟ ସତ୍ୱେ ସେ ଅଧ୍ୟୟନରେ ପଛରେ ପଡ଼ି ନଥିଲେ ଏବଂ ଦର୍ଶନ ଶାସ୍ତ୍ରରେ ଏମ୍‌ଏ କରିଥିଲେ । ତା’ପରେ ସେ ମାଡ୍ରାସ ରେସିଡେନ୍ସି କଲେଜରେ ଦର୍ଶନ ବିଭାଗର ସହକାରୀ ପ୍ରଫେସର୍ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ କିଛି ବର୍ଷ ପରେ ପ୍ରଫେସର ହୋଇଥିଲେ ।

ସେ ଦେଶର ଅନେକ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ । ୧୯୩୯ରୁ ୧୯୪୮ ଯାଏଁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ଥିଲେ । ୧୯୪୯ ରୁ ୧୯୫୨ ଯାଏଁ ମସ୍କୋରେ ଭାରତର ରାଷ୍ଟ୍ରଦୂତ ଥିଲେ । ୧୯୫୨ ମସିହାରେ ଭାରତର ପ୍ରଥମ ଉପରାଷ୍ଟ୍ରପତି ହୋଇଥିଲେ ଏବଂ ୧୯୬୨ରେ ଦ୍ୱିତୀୟ ରାଷ୍ଟ୍ରପତି ହେଲେ । ୧୯୫୪ରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।

ପ୍ରସାର ପରିଚାଳକ, ଓଡ଼ିଆ ବାର୍ତ୍ତା
ମୋ: ୮୬୩୭୨୯୯୫୯୫

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.