‘ଶିକ୍ଷକ ଜଣେ ତପସ୍ୱୀ, ନିରନ୍ତର ବ୍ୟକ୍ତିତ୍ୱ ନିର୍ମାଣରେ ହୋଇଥାନ୍ତି ବ୍ରତୀ’

ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶିକ୍ଷକ ଜଣେ ତପସ୍ୱୀ । ନିଜର ସ୍ୱଅର୍ଜିତ ଜ୍ଞାନବଳରେ ସେ ଶିକ୍ଷାର୍ଥୀ ମାନଙ୍କୁ ସଠିକ ମାର୍ଗରେ ପରିଚାଳିତ ହେବାର ରାହା ଦେଖାଇଥାନ୍ତି । ନିଜର ସମସ୍ତ ଅସୁବିଧାକୁ ଉପେକ୍ଷା କରି ସେ ନିରନ୍ତର ବ୍ୟକ୍ତିତ୍ୱ ନିର୍ମାଣରେ ବ୍ରତୀ ରଖିଥାନ୍ତି । ଏହି ଦୃଷ୍ଟିରୁ ଶିକ୍ଷକ ଜଣେ ତ୍ୟାଗୀ ବୋଲି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଲାଞ୍ଜିଗଡ଼ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଗୁରୁଦିବସ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାଜ୍ୟ ସଭାପତି ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ, ମୁଖ୍ୟବକ୍ତା ବିଶିଷ୍ଟ ଲେଖିକା ଡ. ସୁନୀତି ମୁଣ୍ଡ, ସମ୍ମାନିତ ଅତିଥି ସଂସ୍କୃତି ସଂଗଠକ ଡ. ଅଜୟ ମିଶ୍ର, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ମା ହୀରାନୀଲା ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଅଧ୍ୟକ୍ଷ କଙ୍କଣ ରାଏ, ସଂଘ ରାଜ୍ୟ ସମ୍ପାଦକ ଅକ୍ଷୟ ଖୁଣ୍ଟିଆ, ନୂଆପଡା ସଂଘ ସାଧାରଣ ସମ୍ପାଦକ ତ୍ରିଲୋଚନ ନାଗ, ଜିଲ୍ଲା ସଭାପତି ବରୁଣ ସୁନା ପ୍ରମୁଖ ମଞ୍ଚାସିନ ଥିଲେ ।

Udyog Nursery
Udyogi Nursery

ସଭା ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ସଂଘୀୟ ପତାକା ଉତ୍ତୋଳନ ସହ ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ୨୫ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ବିବରଣୀ ପାଠ କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ଧନଞ୍ଜୟ ସାହୁ । ସଭା ପରିଚାଳନା କରିଥିଲେ ଶିକ୍ଷକ ଦୁର୍ଯ୍ୟୋଧନ ମାଝୀ । ଏହି ଅବସରରେ କୃତି ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ । ଏଥିରେ ଶିକ୍ଷକ ନେତା ଭୃକୁଟି ଗଉଡ଼, ଜଗତରାମ ଶବର, ପାର୍ଥ ମହାନନ୍ଦ, ତୀର୍ଥ ମହାକୁଡ଼, ମନୋଜ ମହାକୁଡ଼, କୈଳାସ ମାଝୀ, ବିଶ୍ୱଜିତ ରାଏ, ମୁକୁନ୍ଦ ରେଡ୍ଡୀ, ଏମ. ନାଗେଶ୍ୱର ରାଓ ଦୋରା, ଲାଞ୍ଜିଗଡ଼ ସଭାପତି ଲବ ଦୁର୍ଗା, ସମ୍ପାଦକ ମନୋଜ ମହାକୁଡ଼, ରାଧାମାଧବ ରଥ, କୃଷ୍ଣ ଦୁର୍ଗା, ବିଭୁତ ହରିଜନ, ଜଗତ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ । ଧନ୍ୟବାଦ ଦେଇଥିଲେ ବରିଷ୍ଠ ଶିକ୍ଷକ ନେତା ଧନଞ୍ଜୟ ପାଣିଗ୍ରାହୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.