କନକ ନିଆଲଙ୍କୁ ନ୍ୟାୟ ପ୍ରଦାନ ଓ ଏହି ଘଟଣାର ସିବିଆଇ ତଦନ୍ତ ଦାବି: ରାସ୍ତାକୁ ଓହ୍ଲାଇଲା ବହୁଜନ ଜଷ୍ଟିସ୍ ଫୋରମ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗାଁରେ ଦଶମ ଶ୍ରେଣୀର ଜଣେ ଛାତ୍ରୀ କନକ ନିଆଲଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଜୋର ଧରିବାରେ ଲାଗିଛି । ଏହି ମାମଲାରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି ଜେଲ୍ ପଠାଇଛି । ପାରିପାର୍ଶ୍ବିକ ଘଟଣାରୁ ଛାତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଓ ଏଥିରେ ଏକାଧିକ ବ୍ୟକ୍ତି ସାମିଲ ଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଆସୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଣୁ ଏଇ ମାମଲାର ସିବିଆଇ ତଦନ୍ତ କିମ୍ବା ବିଚାର ବିଭାଗୀୟ ତଦନ୍ତ କରାଯିବା, ମୃତ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ପଚାଶ ଲକ୍ଷ କ୍ଷତିପୂରଣ ରାଶି ପ୍ରଦାନ ସମେତ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦଳିତ ନିର୍ଯାତନା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଓଡ଼ିଶାର ୩୨ରୁ ଅଧିକ ସାମାଜିକ ଓ ରାଜନୈତିକ ସଂଗଠନ ସମ୍ମିଳିତ ଭାବେ ଭବାନୀପାଟଣାରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଆହ୍ବାନରେ ଗଠିତ ବହୁଜନ ଜଷ୍ଟିସ୍ ଫୋରମ୍ ର ଆବାହକତ୍ବରେ ଆୟୋଜିତ ଏହି ବିଶାଳ ଜନ ସମାବେଶ ଭବାନୀପାଟଣା କଲେଜ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଏସସି, ଏସଟି, ଓବିସି, ମାଇନରିଟି ଜଏଣ୍ଟ ଏକସନ୍ କମିଟି, ବହୁଜନ ଯୁବଛାତ୍ର ସାମୁଖ୍ୟ, ଆମ୍ବେଦକରାଇଟ୍ ପାର୍ଟି ଅଫ୍ ଇଣ୍ଡିଆ, ବହୁଜନ ମୁକ୍ତି ପାର୍ଟି, ବହୁଜନ ସମାଜ ପାଟି, ଭୀମ ଆର୍ମୀ, ଭୀମ ସେନା, ଲାଠୋର ଡେଭଲପମେଣ୍ଟ ଏସୋସିଏସନ, ସାମାଜିକ ସଚେତନତା ଅଭିଯାନ, ଏନ୍ଏଫ୍ଆଇଡି, ଆମ୍ବେଦକର ବିଚାରମଞ୍ଚ, ବାପସା, ବହୁଜନ ଛାତ୍ର ସଂଗଠନଙ୍କ ସମେତ ଓଡ଼ିଶାର କୋଣଅନୁକୋଣରୁ ବହୁ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ। ପରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, ଜାତୀୟ ମାନବାଧିକାର କମିଶନ, ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିପାଇଁ ଆଜି ଭବାନୀପାଟଣା ସହରରେ ପ୍ରାୟ ୨୦ ହଜାରରୁ ଅଧିକ ଜନସମାଗମ ହୋଇଥିଲା ।

Udyog Nursery
Udyogi Nursery

ଏଥିରେ ଧନଞ୍ଜୟ ଦୀପ, ଛବିଲାଲ ନିଆଲ, ଅଭିରାମ ମଲ୍ଲିକ, ମନୋରଞ୍ଜନ ଜେନା, ଦିଗାମ୍ବର ଦୁରିଆ, ଯତୀନ୍ଦ୍ର କର, ଗଙ୍ଗାଧର ଜାଲ, ଅନୀଲ ମଲ୍ଲିକ, ଦୀନେଶ ନାଗ, କ୍ଷେତ୍ରମଣି ସତନାମୀ, ସୀତାରାମ ମେହେର, ଋଷିସୂଦନ ଛତ୍ରପାଲ, ପ୍ରିୟଙ୍କା ବେମାଲ, ପୂର୍ଣ୍ଣଚନ୍ଦ୍ର ପାଇକ, ଲବ ସୁନା, ଆଶିଷ ନାଏକ, ରଜନୀକାନ୍ତ ସମର୍ଲିଆ, ଶ୍ରୀବତ୍ସ ତାଣ୍ଡି, ସରୋଜ ନାଏକ, କମଳିନୀ ଯାଦବ, ମହେନ୍ଦ୍ର ଧଙ୍ଗଡ଼ାମାଝୀ, ମାଧବ ସୁନାନୀ, ତେଜରାଜ ବେହେରା, ସୂର୍ଯ୍ୟ ନାରାୟଣ କୁମାର, ମହାଦେବ ବାଗ, ବିରଞ୍ଚି ନାରାୟଣ ଜାଲ, ଜୟପ୍ରକାଶ ଜାଲ, ଜଗଦୀଶ ବେନିଆଁ, ରଘୁନାଥ ଦୀପ, ବରୁଣ ସୁନା, ସୁଶୀଲ କୁମାର ବାଗ, ରମଣୀ ଦୁରିଆ, ବିଜୟଲକ୍ଷ୍ମୀ ସ୍ବର୍ଣ୍ଣ, କବିତା ବାଗ, ଓମ୍ ପ୍ରକାଶ ଛତ୍ରିଆ ପ୍ରମୁଖ ନେତ୍ରୁତ୍ବ ନେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.