ବଲାଙ୍ଗୀର ଜିଲ୍ଲାର କଲେଜ ମାନଙ୍କରେ ସିଟ ସଂଖ୍ୟା ବୃଦ୍ଧି କରିବାକୁ ଛାତ୍ର କଂଗ୍ରେସର ଦାବି

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ବର୍ତ୍ତମାନର ବର୍ଦ୍ଧିତ ଛାତ୍ର ସଂଖ୍ୟା ଅନୁପାତରେ ବଲାଙ୍ଗୀର ଜିଲ୍ଲାର +୨ ଓ +୩ ମହାବିଦ୍ୟାଳୟରେ ସିଟ୍ ରହୁନାହିଁ । ତେଣୁ ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ତେଣୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଜିଲ୍ଲାରେ ଥିବା ସମସ୍ତ +୩ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ସିଟ୍ ସଂଖ୍ୟା ବୃଦ୍ଧି କରିବାକୁ ଦାବି କରିଛି ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ । ଜିଲ୍ଲା ଛାତ୍ର କଂଗ୍ରେସ କମିଟି ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବଲାଙ୍ଗୀର ଉପ ଜିଲ୍ଲାପାଳ ଗୁରେଶ୍ଵର ଭୋଇଙ୍କୁ ସାକ୍ଷାତ କରି ବିଭାଗୀୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.