ଅକ୍ଟୋବର ୨ରେ ରେଳରୋକ ଚେତାବନୀ ଦେଲା ଥେରୁବାଲି ନାଗରିକ ମଂଚ

ଥେରୁବାଲି ରେଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ୍ ରହଣୀ ପାଇଁ ରେଳରୋକ ନିଷ୍ପତ୍ତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପୂର୍ବତଟ ରେଳବାଇ ଅଧିନସ୍ଥ ରାୟଗଡା ଜିଲ୍ଳା ଥେରୁବାଲି ରେଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ୍ ରହଣୀକୁ ନେଇ ପୁଣି ଥରେ ଥେରୁବାଲି ନାଗରିକ ମଂଚ ପକ୍ଷରୁ ଥେରୁବାଲି ସ୍ଥିତ ମା ମଝିଘରିଆଣୀ ମନ୍ଦିର ପ୍ରାଙ୍ଗଣରେ ବୈଠକ କରାଯାଇଛି । ଏଥର ଆଉ ରେଳବାଇ କର୍ତୁପକ୍ଷଙ୍କ ମିଥ୍ୟା ପ୍ରତିଶୃତିକୁ ନ ଶୁଣି ଅଂଚଳବାସୀଙ୍କ ସ୍ୱାର୍ଥକୁ ହାସଲ କରିବା ପାଇଁ ଆସନ୍ତା ଅକ୍ଟୋବର ୨ତାରିଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତିରେ ଗାନ୍ଧୀଙ୍କ ନୀତି ଅନୁସରଣ କରି ଅହିଂସା ପଥରେ ଦାବି ପୂରଣ ପାଇଁ ରେଳରୋକ ନିଷ୍ପତିକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି । ଟ୍ରେନ ରହଣୀ ପାଇଁ ବୈଠକରେ ରେଳରୋକ ନିଷ୍ପତିକୁ ଅଂଚଳବାସୀଙ୍କ ବିପୁଳ ସମର୍ଥନ ରହିଥିବା ଜଣାପଡିଛି । ବୈଠକରେ ରେଳବାଇ କର୍ତୁପକ୍ଷଙ୍କ ଅଣଦେଖା ନୀତିକୁ ସଂପୂର୍ଣ୍ଣ ଭାବେ ନିନ୍ଦା କରାଯାଇଥିଲା । ଥେରୁବାଲି ନାଗରିକ ମଂଚ ପକ୍ଷରୁ ରେଳବାଇ କର୍ତୁପକ୍ଷଙ୍କୁ ରେଳରୋକ ସମ୍ବନ୍ଧରେ ଅବଗତ କରାଗଲେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ରେଳବାଇ କର୍ତୁପକ୍ଷମାନେ ମଂଚ ପଦାଧିକାରୀଙ୍କ ସହ ଆଲୋଚନା କରି ପ୍ରତିଶୃତିର ପାହାଡ ସହ ବିଭାଗୀୟ ଚିଠି ଉପରିସ୍ଥ ଅଧିକାରୀଙ୍କୁ ପ୍ରେରଣ କରି ତୁମ ଦାବି ଯଥାଶୀଘ୍ର ପୂରଣ ପାଇଁ ଚେଷ୍ଠା କରୁଛୁ ବୋଲି କହି ଚାଲି ଯାଉଛନ୍ତି । ରେଳବାଇ କର୍ତୁପକ୍ଷଙ୍କ ଆଶ୍ୱସନାକୁ ବିଶ୍ୱାସ କରି ମଂଚ ପକ୍ଷରୁ ବହୁବାର ରେଳରୋକ ନିଷ୍ପତିକୁ ସ୍ଥଗିତ କରାଯାଇଥିବା ବେଳେ ଚଳିତ ଥର କିନ୍ତୁ ଏହା ବାସ୍ତବିକରେ ପରିଣତ ହେବ ବୋଲି ମଂଚ ପକ୍ଷରୁ କୁହାଯାଇଛି । ମଂଚର ଦାବିକୁ ଦୃଷ୍ଟିରେ ରଖି ଗତ ଅଗଷ୍ଟ ୧୪ତାରିଖ ରାତିରେ ବିଶାଖାପାଟଣମ-କୋରବା ଏକ୍ସପ୍ରେସ ଟ୍ରେନ ଥେରୁବାଲି ରେଳ ଷ୍ଟେସନରେ ରହଣୀ କରିଥିଲା । ସେପ୍ଟେମ୍ବର ୧ତାରିଖରୁ ଗୋଟିଏ ଏବଂ ପର୍ଯ୍ୟାୟକ୍ରମେ ସେପ୍ଟେମ୍ବର ୧୫ତାରିଖରେ ଆଉ ୨ଟି ଟ୍ରେନ ଓ ସେପ୍ଟେମ୍ବର ୩୦ତାରିଖରେ ୩ଟି ଟ୍ରେନ୍ ରହଣୀ କରିବ ବୋଲି ରେଳବାଇ ମଂଚକୁ ଅବଗତ କରିଥିଲେ । କିନ୍ତୁ ପରିତାପର ବିଷୟ ଆଜିକୁ ୨୦ଦିନରୁ ଉର୍ଦ୍ଧ ସମୟ ବିତିଥିଲେ ସୁଦ୍ଧା ୩ଟି ଟ୍ରେନ୍ ଷ୍ଟେସନରେ ରହଣୀ କରୁ ନ ଥିବା ବେଳେ ଏ ସଂପର୍କରେ ରେଳ ବିଭାଗ ପକ୍ଷରୁ ଆଉ କୈାଣସି ସୂଚନା ପ୍ରଦାନ କରାଯାଉ ନାହିଁ । ତେଣୁ ଦାବି ଅନୁଯାୟୀ ସମସ୍ତ ୬ଟି ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ବିଭାଗ ପଦକ୍ଷେପ ନ ନେଲେ ନିଷ୍ପତି ପ୍ରକାରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ କରାଯିବ ବୋଲି ନିଷ୍ପତି ନେଇଛି ନାଗରିକ ମଂଚ । ସେହିପରି ଆସନ୍ତା ସପ୍ତାହ ମଧ୍ୟରେ କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରି ଉଲାକା କିମ୍ବା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ସହିତ ମଂଚର କାର୍ଯ୍ୟକର୍ତା ଭୁବନେଶ୍ୱର ସ୍ଥିତ ରେଳ ସଦନକୁ ଯାଇ ଜ୍ୟାନେରେଲ୍ ମ୍ୟାନେଜରଙ୍କ ସହ ଆଲୋଚନା କରିବା ପାଇଁ ମଧ୍ୟ ବୈଠକରେ ସ୍ଥିର ହୋଇଛି । ଏହି ବୈଠକରେ ଥେରୁବାଲି ନାଗରିକ ମଂଚର ସଭାପତି ପରମେଶ୍ୱର ନୀଳଗିରି, ଉପସଭାପତି ଅଶୋକ ହିକକା, ଭାସ୍କର କୁମାର ଅମର ସିଂ, ରଘୁନାଥ କାମ୍ବା, କୋଷାଧ୍ୟକ୍ଷ, ହଳଧର ହିମିରିକା, ନିରଂଜନ ପାତ୍ର, ସଂଜୟ ପାଣିଗ୍ରାହୀ, ଲକି ହନ୍ତାଳ, ଏମ.ରାଜେଶ, ପ୍ରଫୁଲ୍ଳ ମିଶ୍ର, ମୁନା ନାଗ, କମଲ ନୀଳଗିରି, ବାୟାଧର ବଗର୍ତି, ରବିନ୍ଦ୍ର କୈାଶଲ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.