ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂରାତନ ଛାତ୍ର ତଥା ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଉପସ୍ଥିତ ରହି ରକ୍ତଦାନ ଶିବିରର ଶୁଭ ଉଦଘାଟନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସାମ୍ବାଦିକ ସୁଶାନ୍ତ କୁମାର ଦଳେଇ , ନିଧି ପଟେଲ୍, ଅଧ୍ୟାପକ ପ୍ରବୀର କୁମାର ରାୟ, ପ୍ରଜ୍ଞା ପରିମିତା ଦାସ, ରାହୁଲ୍ ତାଣ୍ଡି, କିରଣ ପ୍ରଧାନୀ, ଥବିର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ରକ୍ତଦାନ କରିଥିଲେ । ସର୍ବ ମଙ୍ଗଳା ଡିଗ୍ରୀ କଲେଜ ଅଧ୍ୟକ୍ଷା ଉଷାରାଣୀ ନାୟକ, ଯୁବ ରେଡକ୍ରସ୍ ପରାମର୍ଶଦାତା ଗୋବିନ୍ଦ ସାହୁ, ଶରତ କୁମାର ସ୍ବାଇଁ, ପ୍ରାଧ୍ୟାପକ ସରୋଜ କାନ୍ତ ରଥ, ଅଧ୍ୟାପକ ବିଜୟ କୁମାର ସାହୁ, ପ୍ରଦୀପ କୁମାର ମିଶ୍ର, ଯଯାତି କେଶରୀ ରାଉତ, ସନ୍ଦୀପ କାନୁନଗୋ, ତ୍ରିନାଥ ପଟ୍ଟନାୟକ, ଦିଲୀପ କୁମାର ସ୍ବାଇଁ, ପ୍ରମୋଦ ମହାନ୍ତି, ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, କିରଣ କୁମାର ସିଂଦେଓ, ଦୈତାରି ରାଉତ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କ ସମେତ ଗୋଲାମୁଣ୍ଡା ବ୍ଲକର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ । ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଓ ଭାରତ ସ୍କାଉଟ୍ ଗାଇଡ ରୋଭର ଲିଡର ସନ୍ତୋଷ କୁମାର ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Udyog Nursery
Udyogi Nursery

ଡ଼ା. ବିଜୟ କୁମାର ପଣ୍ଡା ତଥା ଧର୍ମଗଡ଼ ବ୍ଲଡ଼ ବ୍ୟାଙ୍କ୍ କର୍ମଚାରୀ ତିରୁପତି ମୁଣ୍ଡ, ନିଗମ ଗୋପାଲ, ଡମ୍ବରୁଧର ମେହେର, କୃତିବାସ ଦଣ୍ଡସେନା, ବିଜୁ ଭଇଁସାଲ୍ ପ୍ରମୁଖ ରକ୍ତ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ, ଯୁବ ରେଡକ୍ରସ୍, ଭାରତ ସ୍କାଉଟ୍ ଗାଇଡ ରୋଭର ରେଞ୍ଜର, ରେଡ୍ ରିବନ୍ କ୍ଳବ୍ ତଥା ମୋ ସ୍କୁଲ୍ ଅଭିଯାନର ସଦସ୍ୟ ତଥା ପୁରାତନ ଛାତ୍ରଛାତ୍ରୀମାନେ ପରିଚାଳନାରେ ସହଯୋଗିତା କରିଥିଲେ । ଏହି ଶିବିରରେ ସର୍ବମୋଟ ୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.