ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ ପରିସରରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ଏକ ଦିବସୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୋଗ୍ୟ ନାଟକ ଦଳ ଭାଗ ନେଇଥିଲେ । ବିଚାରକ ଭାବେ ପ୍ରଦୀପ ଧଙ୍ଗଡ଼ାମାଝି ଓ ପରମେଶ୍ବର ମୁଣ୍ଡ ଯୋଗ ଦେଇଥିଲେ । ଶ୍ରେଷ୍ଠ ନାଟକ ଭାବେ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ମଥୁରା, ଦ୍ଵିତୀୟ ଶ୍ରେଷ୍ଠ ନାଟକ ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ନୁନମଠା ଓ ତୃତୀୟ ଶ୍ରେଷ୍ଠ ନାଟକ ଭାବେ ଗ୍ରାମ ବିକାଶ, ଥୁଆମୂଳ ରାମପୁର ଆଦିଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମହେଶ କୁମାର ଭାଟି, ଶ୍ରେଷ୍ଠ ନାଟ୍ୟକାର ଭାବେ ତପନ କୁମାର ଦାସ, ଶ୍ରେଷ୍ଠ ଅଭିନେତା ଭାବେ ମୁକେଶ ବେମାଲ ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସିମ୍ରନ୍ ପଣ୍ଡା ପୁରସ୍କୃତ ହୋଇଥିଲେ । ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଉଦଜପାନୀ ସଭାରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ସମସ୍ତଙ୍କୁ ପୁରସ୍କୃତ କରିଥିଲେ । ଶ୍ରେଷ୍ଠ ନାଟକ “ସଂଜୀବନୀ କୋଭକ ସିନ” ଯୋଗ୍ୟ ବିବେଚିତ ହୋଇ ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଭାଗ ନେବ । ଜିଲ୍ଲାର ସମସ୍ତ ବ୍ଲକରୁ ୮୦ ଜଣ ଛାତ୍ର ଛାତ୍ରୀ କଳାକାର ରୂପେ ଏହି ପ୍ରତିଯୋଗିତାରେ ଯୋଗଦାନ କରିଥିଲେ । ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପ୍ରକାଶ ନିଶଙ୍କ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଷଷ୍ଠୀ ଝଙ୍କାର, ଶାରିରୀକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା, ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ମୁକୁନ୍ଦ ରେଡ୍ଡୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଶିକ୍ଷକ ମୁରଲୀ ଦୀପ, ମଙ୍ଗୁଲୁ ପ୍ରଧାନ, ରୋସନ ପ୍ରଧାନ, ରାମଶଙ୍କର ମହାପାତ୍ର ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.